ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଜଗଦଲପୁରରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ବିନିକା ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୁଚନା ଅନୁସାରେ ବିନିକା ଥାନା ଅନ୍ତର୍ଗତ ଜଗଦଲପୁର ଗ୍ରାମର ସନ୍ତୋଷିନି ସୁନା ନିଜ ଝିଅ ସହିତ ବିଲକୁ ଶୌଚ କରିବା ପାଇଁ ଯାଇଥିଲେ ଓ ଝିଅକୁ ବିଲ ହିଡରେ ଛାଡି କିଛି ଦୁରକୁ ଶୌଚ କରିବା ପାଇଁ ଯାଇଥିବା ସମୟରେ ଜଗଦଳପୁର ଗାଁର ନୀଳାଞ୍ଚଳ ସୁନା ଏବଂ ଭିକାବାହାଲି ଗାଁର ସୋମନାଥ ଭେସେରା ତାଙ୍କୁ ଗତ ୯ ତାରିଖରେ ଜୋର ଜବରଦସ୍ତ ହାତକୁ ଟାଣି ବାଇକରେ ବସାଇ ମହାନଦୀ ବ୍ରିଜଦେଇ ଉଲୁଣ୍ଡା ଜଙ୍ଗଲକୁ ନେଇ ଗଣ ଦୁଷ୍କର୍ମ କରିଥିଲେ ଓ ପରେ ସୋନପୁରର ଏକ ନିଛାଟିଆ ଜାଗାରେ ତାକୁ ଛାଡି ଫେରାର ହୋଇଯାଇଥିଲେ।ସେଠାରେ ମହିଳା ଜଣକ ତାଙ୍କ ସମ୍ପର୍କୀୟ ଘରକୁ ଯାଇ ଆଶ୍ରୟ ନେଇଥିଲେ ଓ ସ୍ୱାମୀକୁ ସମସ୍ତ ଘଟଣା କହିବା ପରେ ଗତକାଲି ସ୍ୱାମୀଙ୍କ ସହ ମହିଳା ଜଣକ ବିନିକା ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ ଓ ଅଭିଯୋଗ ଅନୁସାରେ ପୋଲିସ ମାମଲା ରୁଜୁ କରି ଏଏସଆଇ ଚଞ୍ଚଳା ନାଏକ ତଦନ୍ତ ଭାର ନେଇଥିଲେ ଓ ଆଜି ଉଭୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମହିଳାକୁ ସୁଧାର ଗୃହକୁ ପଠାଇଥିବା ପୋଲିସ କହିଛି।ଓ



Visitors Today : 0
Total Visitors : 130422
Total Views : 9891952
Visitors Online Now : 0