spot_img

ଦିଲ୍ଲୀରେ ବାଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀରେ ୨ ଘଣ୍ଟା ପାଇଁ ବାଣକୁ ମିଳିଲା ଅନୁମତି । ଦୀପାବଳି, ଛଟପୂଜା, ବଡ ଦିନକୁ ଦୃଷ୍ଟିରେ ରଖି ପରିବେଶ ଉପଯୋଗୀ ବାଣକୁ ଅନୁମତି ଦେଲେ ସୁପ୍ରିମକୋର୍ଟ । ତେବେ ଏନେଇ ତେଲେଙ୍ଗାନା ବାଣ ବ୍ୟବସାୟୀ ସଂଘ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୂର୍ବରୁ ଆସନ୍ତା ୩୦ ତାରିଖ ଯାଏଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ଟ୍ରିବ୍ୟୁନାଲ । ଏନଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ଗତ ନଭେମ୍ବର ମାସରେ ଦିଲ୍ଲୀର ଯେଉଁସବୁ ସ୍ଥାନର ବାୟୁର ପ୍ରଦୂଷଣ ହାର ଅତ୍ୟଧିକ ଥିଲା ସେଠାରେ ଏହି ନିୟମ ଲାଗୁ କରାଯିବ କୁହାଯାଇଥିଲା । କିନ୍ତୁ ଏଥିରେ ସାମାନ୍ୟ କୋହଳ କରାଯାଇଛି । ଅନ୍ୟ ଯେଉଁ ସ୍ଥାନଗୁଡିକରେ ବାୟୁର ଗୁଣବତା ସାମାନ୍ୟ ଭଲଥିଲା ସେଠାରେ କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular