ମୁମ୍ବାଇ ୧୭/୦୫ : ବଲିଉଡ ଅଭିନେତ୍ରୀ ନୁସରତ ଭରୁଚାଙ୍କ କ୍ୟାରିଅର ବର୍ତ୍ତମାନ ଶିଖରରେ ପହଞ୍ଚିଛି | ୨୦୧୯ ମସିହାରେ ତାଙ୍କର ଫିଲ୍ମ ଡ୍ରିମ ଗାର୍ଲ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା | ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ | ସେ ଜୟ ସନ୍ତୋଷୀ ମା’ ଫିଲ୍ମରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ |
ଜୟ ସନ୍ତୋଷୀ ମା ୨୦୦୬ ମସିହାରେ ରିଲିଜ ହୋଇଥିଲା | ଏହାପରେ ୩ ବର୍ଷ ଯାଏଁ ତାଙ୍କୁ କୌଣସି ଫିଲ୍ମ ମିଳିନଥିଲା | ଏହାପରେ ୨୦୧୦ରେ ତାଙ୍କୁ ତାଜ ମହଲ ଫିଲ୍ମରେ ଦେଖିବାକୁ ମିଳିଥିଲା | ତେବେ ଲଭ ସେକ୍ସ ଧୋକାରେ ତାଙ୍କୁ ବଡ ବ୍ରେକ ମିଳିଥିଲା | ଏହି ଫିଲ୍ମ ପାଇଁ ଯାହାକୁ ପ୍ରଥମେ ଚୟନ କରାଯାଇଥିଲା ସେ ମନା କରିଦେବାରୁ ନୁସରତଙ୍କୁ ଏହି ଫିଲ୍ମ ମିଳିଥିଲା | ସୁଟିଙ୍ଗ ମାତ୍ର ୧୦ ଦିନ ଥିଲା, ସେତେବେଳେ ଅଡିସନ ଦ୍ୱାରା ନୁସରତଙ୍କୁ ଚୟନ କରାଯାଇଥିଲା |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0