ଅଧିକାଂଶ ଲୋକ ଦେହ ଖରାଫ ହେଲେ ଡ଼ାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ପ୍ରଥମେ ମେଡ଼ସିନ ଷ୍ଟୋରରୁ ମେଡ଼ିସିନ ଆଣି ଖାଇଥାନ୍ତି । ବେଳେ ବେଳେ ଲୋକେ ଔଷଧ ସେବନ ଦ୍ୱାରା ଠିକ୍ ବି ହୋଇଥାନ୍ତି ହେଲେ ବେଳେ ବେଳେ ଏହା ଲୋକଙ୍କ ଶରୀର ଉପରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଯଦି ଆପଣ ଠିକ ଭାବରେ ଧ୍ୟାନ ଦେବେ ଦେଖିବାକୁ ପାଇବେ କିଛି ମେଡ଼ିସିନ ଷ୍ଟ୍ରିପ୍ ଉପରେ ଲାଲି ରଙ୍ଗର ଏକ ଗାର ରହିଥାଏ । ହେଲେ ଆମେ ତାହା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିନଥାଉ । ନାଲି ରଙ୍ଗର ଏହି ଗାର ବିଷୟରେ ଡ଼lକ୍ଟରଙ୍କ ପାଖରେ ସଠିକ ତଥ୍ୟ ରହିଛି । କିନ୍ତୁ ସାଧାରଣ ଲୋକଙ୍କ ପାଖରେ ଏହାର କୌଣସି ସଠିକ ତଥ୍ୟ ନଥାଏ । ଏଭଳି ପରିସ୍ଥତିରେ ସେମାନେ ଅଧିକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ତେଣୁ ଔଷଧ କିଣିବା ସମୟରେ ବିଶେଷ ଧ୍ୟାନ ହେବା ଜରୁରୀ ।

ମେଡ଼ିସିନ୍ର ଷ୍ଟ୍ରିପ୍ ପଛରେ ଥିବା ନାଲିରଙ୍ଗ ରହିବାର କାରଣ ହେଉଛି… ଡ଼ାକ୍ତରଙ୍କ ବିନା ମରାମର୍ଶ ବା ବିନା ଚେକ୍ଅଫ୍ ରେ କୌଣସି ବ୍ୟକ୍ତି ଔଷଧ କୁ ବ୍ୟବହାର କରିପାରିବେ ନାହିଁ । ଆଣ୍ଟିବାଇଟିକ୍ ଔଷଧ ର କୁବ୍ୟବହାର ପାଇଁ ଏହି ମେଡ଼ସିନ୍ ଷ୍ଟ୍ରିପ୍ ପଛରେ ଏହି ନାଲି ରଙ୍ଗର ଆସ୍ତରଣ ଦିଆଯାଇଥାଏ । କେବଳ ନାଲି ଆସ୍ତରଣ ନୁହେଁ ଆହୁରୀ ଅନେକ କିଛି ଲେଖା ହୋଇଥାଏ । ଯାହା ବିଷୟରେ ଜନସାଧାରଣ ଜାଣିବା ଆବଶ୍ୟକ । କିଛି ଔଷଧ ପଛରେ Rx ଲେଖା ହୋଇଥାଏ । ଯାହାର କାରଣ ହେଉଛି .. ସେହି ଔଷଧ କୁ କେବଳ ଡ଼ାକ୍ତରଙ୍କ ପରାମର୍ଶ ମିଳିବା ପରେ ହିଁ ସେବନ କରିବା ଉଚିତ୍ ।

କିଛି ମେଡ଼ିସିନ ପଛରେ NRx ମଧ୍ୟ ଲେଖା ହୋଇଥାଏ । ଏଭଳି ଲେଖା ଥିବା ମେଡ଼ିସିନ କୁ କେବଳ ଡ୍ରଗ୍ ଲାଇସେନ୍ସ ପ୍ରାପ୍ତ ଡ଼ାକ୍ତରଙ୍କ ପାଖରୁ ସେବନ କରିବା ଉଚିତ । ଆଉ କିଛି ମେଡ଼ିସିନ ପଛରେ XRx ମଧ୍ୟ ଲେଖା ହୋଇ ଥାଏ ।ଯାହା କେବଳ ଡ଼lକ୍ଟରଙ୍କ ପାଖରୁ ହିଁ ନିଆଯାଇ ପାରିବ । ଏଭଳି ଲେଖା ଥିବା ମେଡ଼ିସିନ କେବଳ ଡ଼ାକ୍ତର ପାଖରୁ ରୋଗୀ ନେବା ଉଚିତ୍ । ରୋଗୀ ଏହାକୁ କୌଣସି ମେଡ଼ିକାଲ ଷ୍ଟୋରରୁ କିଣିବା ଉଚିତ୍ ନୁହେଁ ।




Visitors Today : 0
Total Visitors : 130166
Total Views : 9891611
Visitors Online Now : 0