ମୁମ୍ବାଇ: ଦୀର୍ଘ ଆଠ ମାସପରେ ସୁଟିଂ ସେଟକୁ ପହଞ୍ଚିଲେ ଅଜୟ ଦେବଗନ । ସେ ନିଜର ଅଧୁରା ଥିବା ଫିଲ୍ମ ‘ଭୁଜ ଦ ପ୍ରାଇଡ଼ ଅଫ ଇଣ୍ଡିଆ’ ର ସୁଟିଂ ଆରମ୍ଭ କରିଛନ୍ତି । ଯାହାର ସୁଟିଂ ସେ ହାଇଦ୍ରାବାଦର ରାମୋଜି ଫିଲ୍ମ ସେଟରେ କରୁଛନ୍ତି । ଏହି ଫିଲ୍ମର ସୁଟିଂ ଲକଡ଼ାଉନ ପୂର୍ବରୁ ଆରମ୍ଭ ହୋଇଥିଲା ।
ଲକଡ଼ାଉନ ପାଇଁ ବନ୍ଦ ରହିଥିଲା । ତେବେ ଫିଲ୍ମର ଅଧିକାଶଂ ସୁଟିଂ ସରିଥିବା ବେଳେ ଆଉ କିଛି ସିନ ବାକି ଅଛି । ତେବେ ଏହି ଫିଲ୍ମଟିରେ ୧୯୭୧ରେ ହୋଇଥିବା ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ପର୍ଯ୍ୟବେସିତ । ଫିଲ୍ମରେ ଅଜୟ ଦେବଗନ ଭାରତୀୟ ବାୟୁ ସେନାର ସ୍ୱାଡ଼ର ଲିଡ଼ର ବିଜୟ କାର୍ତ୍ତିକଙ୍କ ରୂପରେ ନଜର ଆସିବେ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0