ବ୍ରହ୍ମପୁର: ଅଗଷ୍ଟ ୧୫ ତାରିଖରୁ ଖୋଲିବ ବ୍ରହ୍ମପୁର ବଡ଼ ଡ଼ାକ୍ତର ଖାନା ଓପିଡି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତେବେ ଲୋକମାନେ ଡ଼ାକ୍ତରଖାନାକୁ ଆସିବା ବେଳେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତାକୁ ମାନିବେ । କରୋନା ସଂକ୍ରମଣ ଭୟରେ ଗତମାସରୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ଜେନେରାଲ ଓପିଡିକୁ ବନ୍ଦ କରି ଦେଇଥିଲା ଜିଲ୍ଲା ପ୍ରଶାସନ । ତେବେ ଦୀର୍ଘ ଦିନ ଧରି ଓପିଡ଼ି ବନ୍ଦ ରହିବା ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା । ତେଣୁ ଏହାକୁ ଖୋଲିବା ନେଇ ସାଧାରଣରେ ଦାବି ହୋଇଥିଲ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0