ଆସାମରୁ ନାଗାଲାଣ୍ଡକୁ ଚାଲାଣ ହୋଇଥିବା ବେଳେ ଏକାଧିକ କୁକୁର ଉଦ୍ଧାର ହୋଇଛନ୍ତି ଜ୍ଝ ଆସାମର ଜୋରାହଟରେ ପୁଲିସ ତନଖି କରୁଥିବାବେଳେ ଏକ ଟ୍ରକରେ କୁକୁରଙ୍କୁ ଚାଲାଣ କରାଯାଉଥିବା ନେଇ ଖବର ମିଳିଥିଲା ଜ୍ଝ ଏହା ପରେ ଚଢ଼ାଉ କରାଯାଇ କୁକୁରଙ୍କୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଜ୍ଝ ପୁଲିସର ସୂଚନା ମୁତାବକ ଏହି କୁକୁରଗୁଡ଼ିଙ୍କୁ ଆସାମରୁ ନାଗାଲାଣ୍ଡକୁ ଚାଲାଣ କରାଯାଉଥିଲା ଜ୍ଝ ଆପଣ ପୂର୍ବରୁ ଗୋରୁ ଚାଲାଣ ବାବଦରେ ଜାଣିଥିବେ ଆଉ ଏବେ କୁକୁର ଚାଲାଣ ଭଳି ଖବର ସାମ୍ନାକୁ ଆସିଛି ଜ୍ଝବାସ୍ତବରେ, ନାଗାଲାଣ୍ଡରେ କୁକୁର ମାଂସ ପ୍ରାୟ ଲୋକ ଖାଇଥାନ୍ତି ଜ୍ଝ ଆଇନଗତ ଭାବରେ, କୁକୁରଙ୍କୁ ହତ୍ୟା କରିବା ଏବଂ ଖାଇବା ବେଆଇନ, କିନ୍ତୁ ନାଗାଲାଣ୍ଡ ଏବଂ ଅନ୍ୟ ଉତ୍ତର-ପୂର୍ବ ରାଜ୍ୟରେ କୁକୁର ମାଂସ ଖିଆଯାଏ ଜ୍ଝକୁକୁର ମାଂସ ଏହି ରାଜ୍ୟଗୁଡ଼ିକରେ ଅତ୍ୟଧିକ ପୁଷ୍ଟିକର ଏବଂ ଔଷଧୀୟ ବୋଲି ବିବେଚନା କରାଯାଏ ଜ୍ଝ ବିଜେପି ନେତ୍ରୀ ତଥା ପଶୁ ଅଧିକାର କର୍ମୀ ମନେକା ଗାନ୍ଧୀ ମଧ୍ୟ ନାଗାଲାଣ୍ଡରେ କୁକୁରମାନଙ୍କ ବର୍ବରତା, ଏହି କୁକୁରମାନଙ୍କୁ ଟ୍ରକରେ କିପରି ବୋହି ନିଆଯାଉଛି ସେ ବାବଦରେ ବାରମ୍ବାର ସ୍ୱର ଉତ୍ତୋଳନ କରିଛନ୍ତି



Visitors Today : 4
Total Visitors : 130422
Total Views : 9891952
Visitors Online Now : 0