spot_img

ଚନ୍ଦ୍ରଭାଗା ସମୁଦ୍ର କୂଳରେ ଡଲଫିନ୍‌ଙ୍କ ଜଳକ୍ରୀଡା ପର୍ଯ୍ୟଟକ

କୋଣାର୍କରବିବାର ସକାଳୁ ସକାଳୁ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ପ୍ରାୟ ୧୦ରୁ ଅଧିକ ବିରଳ ପ୍ରଜାତିର ଡଲଫିନ ସମୁଦ୍ର କୂଳରେ ଜଳକ୍ରୀଡା କରୁଥିବାର ଦେଖିବାକୁ ମିଳିଛି । ଗଭୀର ସମୁଦ୍ର ମଧ୍ୟରେ ମାଛ ମାରିବା ପାଇଁ ମତ୍ସ୍ୟଜୀବୀ ଡଙ୍ଗାରେ ଯିବା ସମୟରେ ଏହି ଦୃଶ୍ୟ ଦେଖିବାକୁ ପାଇଥିଲେ । ପରେ ନିଜ ମୋବାଇଲ କ୍ୟାମେରା ମାଧ୍ୟମରେ ଚିତ୍ର ଉତ୍ତୋଳନ କରିଥିଲେ ।

କିଛି ଦିନ ଧରି ପୁରୀ ଜିଲ୍ଲାପାଳଙ୍କ ଆହ୍ବାନରେ ମୋ ବିଚ୍ ସଫେଇ କାର୍ଯ୍ୟକ୍ରମ କରାଯିବା ଯୋଗୁଁ ସମୁଦ୍ର ଜଳ ଏବେ ସ୍ବଚ୍ଛ ଏବଂ ଆବର୍ଜନା ମୁକ୍ତ ରହିଛି । ଯାହା ଫଳରେ ଏତେ ସଂଖ୍ୟକ ଡଲଫିନଙ୍କ ସମୁଦ୍ର କୂଳରେ ଜଳକ୍ରୀଡା କରିବା ଦେଖିବାକୁ ମିଳିଛି । ଆଗରୁ କେବେ ଏପରି ଦୃଶ୍ୟ ଦେଖା ଯାଇନଥିବାରୁ  ଲୋକମାନେ ଏହା ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular