spot_img

ଶସ୍ତାରେ ଗ୍ୟାସ ସିଲିଣ୍ଡର କିଣିବାକୁ ଚାହୁଁଛନ୍ତି କି? ବାସ୍ ଘରେ ବସି କରନ୍ତୁ ଏହି କାମ

ପୂର୍ବ ଦୁଇ ମାସରୁ ଦେଶରେ ଘରୋଇ ଗ୍ୟାସ ସିଲିଣ୍ଡର ମହଙ୍ଗା ହେବାରେ ଲାଗିଛି, ଯାହା ସାଧାରଣ ଜନତାଙ୍କୁ ଖୁବ୍ ଝଟକା ଲାଗିଛି । କିନ୍ତୁ ଏହି ମହଙ୍ଗା ଦରରେ ବି ଆପଣ ଏକ ସରକାରୀ ଯୋଯଜା ଜରିଆରେ ଶସ୍ତାରେ ଗ୍ୟାସ ସିଲିଣ୍ଡା କିଣିପାରିବେ । ଏହି ଯୋଜନାର ସବୁଠାରୁ ଖାସ୍ କଥା ହେଉଛି ଯଦି ଆପଣ ଏହାର ଲାଭ ଉଠାଉଛନ୍ତି ତେବେ ଟଙ୍କା ସିଧା ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଯିବ । ଆଜ୍ଞା ହଁ ଆମେ ଆପଣଙ୍କୁ ପ୍ରତ୍ୟକ୍ଷ ଲାଭ ଅନ୍ତରଣ ଯୋଜନା ବିଷୟରେ କହିବାକୁ ଯାଉଛୁ ।

gasଏହି ଯୋଜନା ଜରିଆରେ ପ୍ରତ୍ୟେକ ସିଲିଣ୍ଡର ଉପରେ ସବସିଡି ରାଶି ସିଧା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଥାଏ । ଯଦି ଆପଣ ମଧ୍ୟ ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜର ଆଧାର କାର୍ଡକୁ ଏଲପିଜି କନେକ୍ସନ ସହ ଯୋଡିବାକୁ ପଡିବ । ଏଥିପାଇଁ ଆପଣ ଫୋନ କଲ୍‌, ଅନଲାଇନ୍ କିମ୍ବା ଆଇବିଆରଏସ ଜରିଆରେ ଏବଂ ଏସଏମଏସ ପଠାଇ ଏଲପିଜି କନେକ୍ସନ ସହ ଆଧାରକୁ ଯୋଡି ପାରିବେ । ବର୍ତ୍ତମାନ ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବଢିଚାଲିଥିବାରୁ ସମସ୍ତେ ଭିଡରୁ ଦୂରେଇ ରହିବା ଉଚିତ । ଏହିକାରଣରୁ ଘରେ ବସି ଏହି କାମ କରିବା ଉଚିତ । ତେବେ ଜାଣନ୍ତୁ ଘରେ ବସି କିପରି ଆପଣ ଆଧାର କାର୍ଡକୁ ଏଲପିଜି କନେକ୍ସନ ସହ ଲିଙ୍କ୍ କରିପାରିବେ ।

ଜାଣନ୍ତୁ ଆଧାରକୁ LPG ସହ ଲିଙ୍କ କରିବାର ଉପାୟ:

-ସର୍ବପ୍ରଥମେ ଆପଣ ଫୋନ ନମ୍ବରକୁ ଇଣ୍ଡିଆନ ଗ୍ୟାସ କନେକ୍ସନ ସହ ରେଜିଷ୍ଟର କରାନ୍ତୁ ।

-ଏବେ ଅଧିକାରୀକ ୱେବସାଇଟ୍ (https://rasf.uidai.gov.in/seeding/user/ResidentSelfSeedingpds.aspx)କୁ ଯିବା ପରେ ଏଠାରେ ଏକ ଫର୍ମ ଖୋଲିବ ।

-ଏହି ଫର୍ମରେ ଆପଣଙ୍କୁ ସମସ୍ତ ଜରୁରୀ ପ୍ରମାଣ ପତ୍ର ଭରିବାକୁ ପଡିବ । ବେନିଫିଟ୍ ଟାଇପରେ ଏଲପିଜି କନେକ୍ସନ ଭରିବାକୁ ପଡିବ । ଯେପରି ଭାରତ ଗ୍ୟାସ କନେକ୍ସନ ପାଇଁ BPCLଏବଂ ଇଣ୍ଡିଆନ ଗ୍ୟାସ କନେକ୍ସନ ପାଇଁ IOCL ଭରନ୍ତୁ ।

gas lpg-ବର୍ତ୍ତମାନ ଡ୍ରପ-ଡାଉନ ଲିଷ୍ଟରୁ ବିତରକଙ୍କ ନାମ ବାଛନ୍ତୁ ଏବଂ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ଲେଖନ୍ତୁ ।

-ଏହାପରେ ଆପଣଙ୍କୁ ମୋବାଇଲ ନମ୍ବର, ଇ-ମେଲ, ଠିକଣା ଏବଂ ଆଧାର ନମ୍ବର ପୂରଣ କରି ଏହାକୁ ଜମା କରନ୍ତୁ ।

-ପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡିରେ ଏକ ଓଟିପି ଆସିବ, ଯାହାକୁ ଫର୍ମରେ ପକାଇବାକୁ ପଡିବ ।

-ବର୍ତ୍ତମାନ ସମ୍ବନ୍ଧିତ ପ୍ରାଧିକକରଣ ଦ୍ୱାରା ଭେରିଫାଇ ହେବା ପରେ ଲିଙ୍କ ହେବାର ପ୍ରମାଣ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡିରେ ଦିଆଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular