ନୂଆପଡା: ପିଇବା ପାଣି ଯୋଗାଣରେ ଲକ୍ଷାଧିକ ଟଙ୍କା ଲୁଟ । ଫିଲ୍ଟର ଯୋଗାଣ ନାଁରେ ବିଭାଗୀୟ ଅଧିକାରୀ ୨୮ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଏପରି ଏକ ଘଟଣା ନୂଆପଡା ଜିଲ୍ଲାର ଚକୋଟିଆ ଭୁଞ୍ଜିଆ ଦୁର୍ନୀତିରେ ଦେଖିବାକୁ ମିଳିଛି । ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟରେ ଥିବା ଚକୋଟିଆ ଭୁଞ୍ଜିଆ ଆଦିମ ଜନଜାତି ବିକାଶ ପାଇଁ ସରକାର ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ସିବିଡିଏ ରହିଛି । ଏହି ଆଦିମ ଜନଜାତି ଲୋକେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେଥିପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ୨୦୧୯-୨୦୨୦ ବର୍ଷରେ ସୁନାବେଡା, ସୋସେଙ୍ଗ, ଜାମଗାଁ ବିଶିବାହାଲ, ବରକୋଟ, ଦେଓସିଲ ଓ ମଝିଗାଁ ଆଦି ୭ଟି ଗ୍ରାମରେ ପାଣି ସମସ୍ୟା ଥିବାରୁ ଫିଲ୍ଟର ଲଗାଇବାକୁ ଯୋଜନା ହୋଇଥିଲା । ଗୋଟିଏ ଫିଲ୍ଟର ଦାମ ୪ ଲକ୍ଷ ଟଙ୍କା ରହିଥିଲା । ଗାଁର କେଉଁ ସ୍ଥାନରେ ଫିଲ୍ଟର ରହିବ , ଗାଁ ଲୋକଙ୍କ ଅନୁମତିରେ ଲାଗିବା କଥା । ପରେ ଫିଲ୍ଟର ବସିବା ପରେ କମିଟିରୁ ଫିଲ୍ଟର ଦେଇଥିବା ସଂସ୍ଥାକୁ ଟଙ୍କା ପ୍ରଦାନ କରାଯାଏ । କିନ୍ତୁ ଏହା ନ କରି ଓଡିଶା ଆଦିମ ଜନଜାତୀ ସଶକ୍ତିକରଣ ଓ ଜୀବିକା ଉନ୍ନତୀକାଣ କାର୍ଯ୍ୟକ୍ରମ ସିବିଡିଏ ଅଧିକାରୀ ଗାଁରେ କମିଟି ଗଠନ ନ କରି ବିନା କମିଟିରେ ରେଜୁଲେସନରେ ନିଜ ଇଛାରେ ୫ଟି ଫିଲ୍ଟର ଆଣିଥିବା ବେଳେ ୨ଟି ଫିଲ୍ଟର ଆସିନାହିଁ । କିନ୍ତୁ ବିଭାଗୀୟ ଅଧିକାରୀ ୨୦ଲକ୍ଷ ଟଙ୍କା ହଡପ୍ କରିଛନ୍ତି । ସେହିପରି ଗୋଟିଏ, ଫିଲ୍ଟରର ମୂଲ୍ୟ ୨ଲକ୍ଷ ଟଙ୍କା ଥିବା ବେଳେ ବିଭାଗୀୟ ଅଧିକାରୀ ୪ଲକ୍ଷ ଟଙ୍କା ବିଲ୍ କରି ବାକି ଟଙ୍କା ହଡପ କରିଥିବା ବେଳେ ଗୋଟିଏ ଗ୍ରାମକୁ ମଧ୍ୟ ଫିଲ୍ଟରରୁ ବିଶୁଦ୍ଧ ପାଣି ଯୋଗାଣ ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0