ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ରାଷ୍ଟ୍ରୀୟ ପରାମର୍ଶ ଦାତା ଅଭିତ ଡୋଭାଲଙ୍କ ପୁଅ ବିବେକ ଡୋଭାଲଙ୍କୁ କ୍ଷମା ମାଗିଛନ୍ତି । ୨୦୧୯ରେ ଜୟରାମଙ୍କ ବିରୁଦ୍ଧରେ ଏକ ମାନହାନି ମାମଲା ରୁଜୁ କରିଥିଲେ ବିବେକ ଡୋଭାଲ । ତେବେ ଆଜି ଜୟରାମ ବିବେକଙ୍କୁ ଏକ କ୍ଷମାପ୍ରାର୍ଥନା ପତ୍ର ପଠାଇଛନ୍ତି, ଯାହାକୁ ବିବେକ ଗ୍ରହଣ କରିଛନ୍ତି । ସୂଚନା ଅନୁସାରେ, ଗତବର୍ଷ ଏକ ମାଗାଜିନ ପକ୍ଷରୁ ବିବେକଙ୍କୁ ଅପମାନିତ କଲା ଭଳି ଏକ ଆର୍ଟିକଲ ପ୍ରକାଶ କରାଯାଇଥିଲା। ପରବର୍ତ୍ତୀ ସମୟରେ କଂଗ୍ରେସ ନେତା ଜୟରାମ ରମେଶ ଉକ୍ତ ଆର୍ଟିକଲକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିବେକଙ୍କ ବିରୋଧରେ ସମାନ ଅପମାନସୂଚକ ମନ୍ତବ୍ୟକୁ ଦୋହରାଇଥିଲେ। ଏହା ପରେ ବିବେକ ଜୟରାମ ରମେଶ ଏବଂ ଉକ୍ତ ମାଗାଜିନ ବିରୋଧରେ ଦିଲ୍ଲୀର ଏକ କୋର୍ଟରେ ମାନହାନି ମକଦ୍ଦମା ରୁଜୁ କରିଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0