spot_img

ନିଶାଖୋରଙ୍କ ଆକ୍ରମଣରେ ଫାଟିଲା ଯୁବକଙ୍କ ଆଖିପତା

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ସୁମୁଦି ଗ୍ରାମର ଦୁର୍ୟ୍ୟୋଧନ ସ୍ୱାଇଁ ଜଣେ ନିଶାଖୋରଙ୍କ ଆକ୍ରମଣରେ ଗୁରତର ଆହତ ହୋଇଛନ୍ତି। ଆକ୍ରମଣକାରୀ ଯୁବକ ପଥରରେ ଛେଚି ତାଙ୍କ ଆଖିପତା ଫଟେଇ ଦେଇଛି। ଗୁରତର ଅବସ୍ଥାରେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି। ସୂଚନା ଅନୁଯାୟୀ, ମାର୍ଥାପୁର ପଞ୍ଚାୟତ ସୁମୁଦି ବଜାର ନିକଟରେ ଦୁର୍ୟ୍ୟୋଧନ, ସିଲୁ ସ୍ୱାଇଁ , ହୃଷିକେଶ ଭୋଇ ବସିଥିଲେ। ଦିନ ପ୍ରାୟ ସାଢେ ୧୦ଟା ସମୟରେ ସେହି ଗ୍ରାମର ଚକ୍ରଧର ଭୋଇ ମଦ୍ୟପାନ କରି ସେମାନଙ୍କ ପାଖକୁ ଆସି ଗାଳି ଗୁଲଜ କରିଥିଲେ। ଦୁର୍ୟ୍ୟୋଧନ ତାଙ୍କୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସେହି ସମୟରେ ଦୁର୍ୟ୍ୟୋଧନଙ୍କୁ ତାଙ୍କ ଭାଇ ଏବଂ ପୁତୁରା ଘରକୁ ନେବା ପାଇଁ ଗାଡ଼ିରେ ବସାଉଥିଲେ। ସେତିକି ବେଳେ ଚକ୍ରଧର ମେଣ୍ଟାଲରେ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ୟ୍ୟୋଧନଙ୍କ ଆଖିପତାରେ ୧୦ରୁ ଅଧିକ ଷ୍ଟିଚ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular