ନୂଆଦିଲ୍ଲୀ : ଲଦାଖର ପ୍ରବଳ ଶୀତ ମଧ୍ୟରେ ବି ପ୍ରାୟ ୫୦ ହଜାର ଭାରତୀୟ ସେନା ଭାରତର ସୀମାର ସୁରକ୍ଷା କରୁଛନ୍ତି । ବରଫ ମଧ୍ୟରେ ରହି ବି ସେମାନେ ଚୀନ ସେନାର ସାମନା କରୁଛନ୍ତି । ଭାରତୀୟ ସୈନିକ ଯେପରି ପ୍ରବଳ ଶୀତ ମଧ୍ୟରେ ସୁରକ୍ଷିତଭାବେ ରହିପାରିବେ ସେଥିପାଇଁ ଡିଆରଡିଓ ପକ୍ଷରୁ କେତେକ ସ୍ବତନ୍ତ୍ର ଧରଣର ଆଶ୍ରୟସ୍ଥଳୀ ଓ ପ୍ରଯୁକ୍ତିର ବ୍ୟବସ୍ଥା କରାଯାଇଛି । ଏଗୁଡ଼ିକ ମଧ୍ୟରେ ରହିଛି ହିମ-ତାପ ସ୍ପେଶ ହିଟିଂ ଡିଭାଇସ, ବରଫ ତରଳିବା ପ୍ରଯୁକ୍ତି, ମଡୁଲାର ଆଶ୍ରୟସ୍ଥଳୀ ଇତ୍ୟାଦି । ହିମ-ତାପ ସ୍ପେଶ ହିଟିଂ ଡିଭାଇସ ବ୍ୟବହାର ଦ୍ବାରା କାର୍ବନ ମନୋକ୍ସାଇଡ୍ ବିଷକ୍ରିୟା ଯୋଗୁଁ ଓ ବ୍ୟାକବ୍ଲାଷ୍ଟିଂ ଯୋଗୁଁ ଯବାନଙ୍କ ମୃତ୍ୟୁହେବ ନାହିଁ । ସେହିପରି ଡିଆରଡିଓ ପକ୍ଷରୁ ଆଲୋକାଲ କ୍ରିମ ପ୍ରସ୍ତୁତ କରାଯାଇଛି । ଏହାର ବ୍ୟବହାର କଲେ ଯବାନମାନଙ୍କୁ ବରଫ ଜନିତ ଆଘାତରୁ ଉପସମ ମିଳିବ । ବରଫ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ସୋଲାର ସ୍ନୋ ମେଲଟର ଓ ଫ୍ଲେକ୍ସିବଲ ଓ୍ବାଟର ବଟଲ ବିକଶିତ କରାଯାଇଛି । ଅନ୍ୟପକ୍ଷରେ ଚଳିତ ଶୀତରେ ଯବାନଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। ଏହି ସ୍ବତନ୍ତ୍ର ବ୍ୟବସ୍ଥା ଅଧୀନରେ ବିଯୁକ୍ତ ୪୦ ଡିଗ୍ରି ତାପମାତ୍ରାରେ ବି ଭାରତୀୟ ସେନା ଲଦାଖରେ ରହିପାରିବେ ଏବଂ ଚୀନ ପକ୍ଷଙ୍କୁ ସାମ୍ନା କରିପାରିବେ। ସମଗ୍ର ପୂର୍ବ ଲଦାଖରେ ମୁତୟନ ଯବାନମାନଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ହୋଇଛି। ପ୍ରବଳ ଥଣ୍ଡା ଏବଂ ବରଫ ଝଡ଼ରୁ ଯବାନଙ୍କୁ ସୁରକ୍ଷା ଦେବାପାଇଁ ଅତ୍ୟାଧୁନିକ ମୋଡୁଲାର ସେଲ୍ଟର ବ୍ୟବସ୍ଥା ହୋଇଛି। ବିଦ୍ୟୁତ, ଜଳ, ଗରମ କରାଯିବା ସୁବିଧା, ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ଦିଗରେ ବିଶେଷ ଗୁରୁତ୍ବାରୋପ କରାଯାଇଛି। ଫ୍ରଣ୍ଟ ଲାଇନରେ ଥିବା ଟିମ ଉଷୁମ ଟେଣ୍ଟରେ ରହିବେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0