ଅନୁଗୁଳ: ଭେଜାଲ ହେଉଛି ଖାଇବା ତେଲ । ଗୋଟିଏ ଟିଣ ତେଲ ଭିନ୍ନ ଭିନ୍ନ କମ୍ପାନୀ ନାଁରେ ବ୍ରାଣ୍ଡିଂ କରାଯାଇ ବିକ୍ରି କରାଯାଉଛି । ଅନୁଗୁଳର ପଞ୍ଚମ ମହଲାରେ ଚାଲିଥିବା ନକଲି ଖାଇବା ତେଲ କାରଖାନା ଠାବ କରାଯାଇଛି । ପୋଲିସ ଓ ଜନସ୍ୱାସ୍ଥ୍ୟ ବିଭାଗ ରେଡ କରିଛି । ନକଲି ତେଲ କାରଖାନାରୁ ବିପୁଳ ପରିମାଣର ଅପମିଶ୍ରିତ ତେଲ ଜବତ କରାଯାଇଛି । ରୁଚି ଗୋଲ୍ଡ, ଲାଇଫ ଡ୍ରପ ଭଳି ଏକାଧିକ କମ୍ପାନୀର ଲୋଗୋ ଓ ଷ୍ଟିକର ଜବତ ହୋଇଛି । ଏଠାରେ ତେଲକୁ ବିଭିନ୍ନ କମ୍ପାନୀ ନାଁରେ ପ୍ୟାକେଜିଂ କରାଯାଇ ବଜାରକୁ ବିକ୍ରି ପାଇଁ ଛଡ଼ା ଯାଉଥିବା ଜଣାପଡ଼ିଛି । ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହା ପୂର୍ବରୁ ବଲାଙ୍ଗିରର କଣ୍ଟାବାଞ୍ଜି ସହରରେ ଏଭଳି ନକଲି ତେଲ କାରଖାନା ଠାବ ହୋଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0