ଭୁବନେଶ୍ୱର : କରୋନା କଟକଣା ଭିତରେ ଆଜି ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ସରକାରଙ୍କୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । କରୋନାକୁ ନେଇ ମୁଲତବୀ ନୋଟିସ ଆଣିଛନ୍ତି ବିରୋଧୀ ।କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସରକାରଙ୍କ ଉଦାସୀନତା ସମ୍ବନ୍ଧରେ ନୋଟିସ ଆଣିଲେ ବିରୋଧୀ । ଏହି ସମୟରେ ନିର୍ବାଚନ ମଣ୍ଡଳୀର ସମସ୍ୟା ନ ଉଠାଇ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ ଜଣେ ସଦସ୍ୟ ୭ ରୁ ୮ମିନିଟ କହିବାକୁ ବାଚସ୍ପତିଙ୍କ ପରାମର୍ଶ । ପ୍ରଥମ ଘଣ୍ଟାରେ ପ୍ରଶ୍ନକାଳ ବାତିଲ ନିଷ୍ପତିକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ବିରୋଧ କରିଛନ୍ତି । ଅନ୍ୟପକ୍ଷରେ କୋଭିଡ ସମୟରେ ବଲାଙ୍ଗୀର କୋଭିଡ ସେଣ୍ଟରରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଘଟଣାର ତଦନ୍ତ ହେଲାନାହିଁ । କିନ୍ତୁ ସମ୍ପୃକ୍ତ ଡାକ୍ତରଙ୍କୁ ବଦଳି କରାଗଲା । ଘଟଣାର ଅନୁସନ୍ଧାନ କରନ୍ତୁ ବୋଲି ମତ ରଖିଛନ୍ତି । ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଅନ୍ତୁ ବୋଲି କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0