spot_img

ବାଲିପାଟଣାରେ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା, ଗୁଟଖା ଜବତ

ବାଲିପାଟଣା: ବାଲିପାଟଣା ଥାନା ଜାହାଙ୍ଗିରପାଟଣା ଗ୍ରାମରେ ଏସଟିଏଫର ଚଢାଉ । ଲକ୍ଷାଧିକ ଟଙ୍କାର ନକଲି ଜର୍ଦା ଜବତ କରିଛି ଏସଟିଏଫ ଟିମ୍ । ଏହାସହ ନକଲି ଜର୍ଦା କାରବାର ଅଭିଯୋଗରେ ଜାହାଙ୍ଗିରପାଟଣା ଗ୍ରାମର ଲକ୍ଷ୍ମୀଧର ସାହୁକୁ ମଧ୍ୟ ଗିରଫ କରିଛି ଏସଟିଏଫ । କୌଣସି ସୂତ୍ରରୁ ଖବର ପାଇ ଏସଟିଏଫ ଡିଏସପି ପ୍ରବୀଣ ତ୍ରିପାଠୀଙ୍କର ଏକ ଟିମ୍ ଗ୍ରାମରେ ଚଢାଉ କରିଥିଲା । ଚଢାଉ ବେଳେ ଲକ୍ଷ୍ମୀଧରଙ୍କ ଘରୁ ଲକ୍ଷାଧିକ ଟଙ୍କାର ଜର୍ଦା, ଗୁଟଖା ଜବତ ହୋଇଥିଲା । ଲକ୍ଷ୍ମୀଧରକୁ ଗିରଫ କରି ପଚରାଉଚରା କରୁଛି ଏସଟିଏଫ। କେଉଁଠାରୁ କେଉଁ ପର୍ଯ୍ୟନ୍ତ ଏହି ନକଲି ଜର୍ଦା କାରବାର ଚେର ଲମ୍ବିଛି ତାହାର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular