ନୂଆଦିଲ୍ଲୀ: ବିସିସିଆଇର ସଭାପତି ଜୟ ଶାହ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ରଣଜୀ ଟ୍ରଫି ନ ଖେଳାଯାଇ ବିଜୟ ହଜାରେ ଟ୍ରଫି ଖେଳାଯିବ । ତାଙ୍କର ଏହି ନିଷ୍ପତ୍ତିରେ ଫଳରେ ସମସ୍ତ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମହାମାରୀ କରୋନା ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ସହ କ୍ରିଡାଜଗତରେ ମଧ୍ୟ ପ୍ରଭାବ ପକାଇଛି । ଅନ୍ୟପଟେ ଆସନ୍ତା ଏପ୍ରିଲ ମାସରେ ଆଇପିଏଲର ୧୪ତମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଯାହାଫଳରେ ବିସିସିଆଇ ପାଖରେ ଅନ୍ୟ ଘରୋଇ ମ୍ୟାଚ ପାଇଁ ମାତ୍ର ଦୁଇ ମାସର ସମୟ ରହିଛି । ଏସବୁକୁ ଦୃଷ୍ଟିରେ ରଖି ବିସିସିଆଇ ସମସ୍ତ କ୍ରିକେଟ ସଂଘକୁ ବିଜୟ ଟ୍ରଫି କିମ୍ବା ରଣଜୀ ଟ୍ରଫି ଆୟୋଜନ କରିବା ପାଇଁ କହିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0