spot_img

ଆଜି ମାଙ୍କ ର ଚନ୍ଦ୍ରଘଣ୍ଟା ବେଶ

ନବରାତ୍ରୀ ଏକ ହିନ୍ଦୁ ପର୍ବ ଓ ଏହା ନଅ ରାତି ଧରି ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ । ନବରାତ୍ରୀରେ ମା ଭୂମିପୃଷ୍ଠରେ ଅବତରଣ କରିଥାନ୍ତି | ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ଏହି ପୂଜାରେ ମା’ଙ୍କୁ ନବଦୁର୍ଗା ରୂପରେ ପୂଜା କରାଯାଇଥାଏ । ମା’ଙ୍କର ୯ଟି ରୂପ- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହାଗୌରୀ ଓ ସିଦ୍ଧିଦାତ୍ରୀ । ମା’ଙ୍କ ଏହି ରୂପର ଆରଧାନା କଲେ ଦୀର୍ଘାୟୁ, ଆରୋଗ୍ୟ, ଓ ସୁଖ ସମୃଦ୍ଧି ମିଳେ ବୋଲି ବିଶ୍ୱାସ ରହିଛି । ଏହି ପର୍ବ ହିନ୍ଦୁ ପାଞ୍ଜିର ଆଶ୍ୱିନ ମାସର ଶୁକ୍ଳପକ୍ଷରେ ପାଳନ କରାଯାଏ ଓ ଏହା ସାଧାରଣତଃ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ପଡ଼ିଥାଏ । ତେବେ ଆଜି ତୃତୀୟ ଦିନରେ ଚନ୍ଦ୍ର ଘଣ୍ଟା ବେଶରେ ପୂଜା ପାଉଛନ୍ତି ମା’ । ଏହା ଦେବୀଙ୍କ ଶକ୍ତିଶାଳୀ ଓ କଲ୍ୟାଣକାରୀ ରୂପ । ଏହି ବେଶରେ ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ କରିଥାନ୍ତି । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ ହୋଇଥାଏ । ନବରାତ୍ରୀର ଦୁଇଟି ଦିନରେ ମା’ ଶୈଳ ପୁତ୍ରୀ ଓ ବ୍ରହ୍ମଚାରିଣୀ ବେଶରେ ପୂଜା ପାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular