ନୂଆଦିଲ୍ଲୀ: ଆସାମରେ ଲଞ୍ଚ ହେଲା ‘ଚାଷୀ ରଥ‘ ମୋବାଇଲ ଆପ୍ । ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନେବାଲା ଆଜି ଏକ କାର୍ଯ୍ୟକ୍ରମରେ ଏହି ଆପ୍ ଲଞ୍ଚ କରିଛନ୍ତି । ଏହି ଆପ୍ ମାଧ୍ୟମରେ ଚାଷୀ ନିଜ ଫସଲକୁ ଦୋକାନରେ ନୁହେଁ ବରଂ ‘ଇ-ମାର୍କେଟ ପ୍ଲସ’ ରେ ବିକ୍ରି କରିପାରିବେ । ରାଷ୍ଟ୍ରୀୟ ସୂଚନା ବିଭାଗ ଦ୍ବାରା ଡିଜାଇନ କରାଯାଇଥିବା ଏହି ଆପ ଆସାମ ଏଗ୍ରିବିଜନେସ ଆଣ୍ଡ ରୁରାଲ ଟ୍ରାନ୍ସଫରମେଶନ (ଏପିଏଆରଟି) ଯୋଜନା ଦ୍ବାରା ଉପଲବ୍ଧ ହେବ। ଏହି ଆପ୍ ତିନିଟି ଭାଷାରେ ପରିଚାଳିତ ହେବ ଅର୍ଥାତ ଅସାମୀ, ହିନ୍ଦୀ ଓ ଇଂରାଜି ଭାଷାର ଅପସନ ଏଥିରେ ରହିବ। ଏହା କେବଳ ଆସାମ ପାଇଁ ନୁହେଁ ଦେଶବ୍ୟାପି ଚାଷୀଙ୍କର କୃଷି ବ୍ୟବସାୟକୁ ଅଗ୍ରାଧିକାର ଦେବାରେ ବଜାର ସୃଷ୍ଟି କରିବ। ଆପ୍ ଜରିଆରେ ଚାଷୀ ଅଧିକ ଲାଭ ଉଠାଇପାରିବେ। ଫଳ ଓ ପନିପରିବା ଉତ୍ପାଦନ ପାଇଁ ଏହା ବରଦାନ ପ୍ରମାଣିତ ହେବ।
ଲଏକଡାଉନ ଯୋଗୁ ଚାଷୀ ବହୁ କ୍ଷତି ସହିବାକୁ ପଡ଼ିଛି। ତେବେ ଲକଡାଉନ ପ୍ରାରମ୍ଭର ୭୦ ଦିନ ମଧ୍ୟରେ ଆସାମର ୫ ହଜାରରୁ ଅଧିକ ଚାଷୀ ଆସାମ ଓ ତା’ ବାହାରେ ପ୍ରାୟ ୩୫୭ କୋଟି ଟଙ୍କା ପରିବା ବିକ୍ରି କରିଛନ୍ତି। ତେବେ ଏହି ଆପ ମାଧ୍ୟମରେ ୧୦ ହଜାରରୁ ଅଧିକ ଚାଷୀଙ୍କୁ ଅନଲାଇନ ଇଣ୍ଟରକନେକ୍ଟ କରାଯାଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0