ମୁମ୍ବାଇ : ଆଇକନିକ୍ ଜିମେଲ୍ ଏନଭଲପ୍ ଲୋଗୋରେ ପରିବର୍ତ୍ତନ ଆଣିଛି ଗୁଗୁଲ । ଜିମେଲର ଆଇକନିକ୍ ଲାଲ୍ ଏବଂ ଧଳା ଲୋଗୋ ଆମେ ସମସ୍ତେ ଦେଖିଛେ ଓ ବ୍ୟବହାର ମଧ୍ୟ କରୁଛେ । ମାତ୍ର ଏବେ ଏହି ଲୋଗୋକୁ ପରିବର୍ତ୍ତନ କରାଯାଇଛି । ଗୁଗୁଲ୍ ଆଇକନିକ୍ ଜିମେଲ୍ ଏନଭଲପ୍ ଲୋଗୋକୁ ଏକ ଡିଜାଇନ୍ ସହିତ ବଦଳାଇଛି। ପୂର୍ବରୁ ଜିମେଲ୍ ଲୋଗରେ ଧଳା ଓ ନାଲି ରଂଗ ବ୍ୟବହୃତ ହୋଇଥିବା ବେଳେ ପରିବର୍ତ୍ତିତ ଲୋଗୋରେ ନୀଳ, ନାଲି, ହଳଦିଆ ଏବଂ ସବୁଜ ରଂଗ ବ୍ୟବହାର କରାଯାଇଛି। ଗୁଗୁଲ୍ର ପାରମ୍ପରିକ ରଂଗ ଅନୁସାରେ ଏହି ପରିବର୍ତ୍ତନ ଅଣାଯାଇଛି।
In isolation, I don't mind this new Gmail logo at all. Cleverly hides the envelope.
But every time Google gives me another new four-color app icon, makes it that much harder to pick the right one on my phone.
I'm still getting used to looking for a Maps pin. Used to be a map! https://t.co/o0LPmHPd0V
— Sean Hollister (@StarFire2258) October 6, 2020
ପୂର୍ବରୁ ଏକ ଏନ୍ଭଲପ୍ ଉପରେ ‘ଏମ’ ଲେଖାଥିବା ଲୋଗୋ ରହିଥିଲା। ଏବେ ମଧ୍ୟ ପୂର୍ବ ପରି ‘ଏମ୍’ ଲେଖାଯାଇଛି। ମାତ୍ର ଏନ୍ଭଲପ୍କୁ ହଟାଇ ଦିଆଯାଇଛି। ଗୁଗୁଲ୍ ଏନ୍ଭଲ୍ପର ଗୁରୁତ୍ବ ନଥିବା ଚିନ୍ତା କରି କେବଳ ଏମ୍ ରଖିବା ସହ ନିଜର ପାରମ୍ପରିକ ରଂଗରେ ଜିମେଲ୍ ଡିଜାଇନ୍ କରିଛି। ମାତ୍ର ଜାଣିବାକୁ ମିଳିଛି ଯେ ବ୍ୟବହାରକାରୀମାନେ ଏହି ପରିବର୍ତ୍ତନରେ ଖୁସି ନୁହଁନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0