ଆଜି ୭୩ ତମ ସ୍ଥଳସେନା ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀର କରିଅପ୍ପା ଗ୍ରାଉଣ୍ଡରେ ଏନେଇ ଏକ ପରେଡର ଆୟୋଜନ କରାଯାଇଛି । ଏଥିରେ ସ୍ଥଳସେନା ପ୍ରମୁଖ ଏମଏମ ନରବଣେ ସାମିଲ ହେବା ସହ ସୈନ୍ୟଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଦେଶ ପାଇଁ ସହିଦ ହୋଇଥିବା ଯବାନମାନେ ନିଜର କର୍ତ୍ତବ୍ୟ ପୂରଣ କରିବାକୁ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି । ଦେଶ ପାଇଁ ସହିତ ହୋଇଛନ୍ତି । ଭାରତୀୟ ସେନା ଆଗାମୀ ପୀଢିକୁ ପ୍ରେରଣା ଦେଇଥାଏ ବୋଲି ସେ କହିଛନ୍ତି । ଏଥିସହ ଶତ୍ରୁ ଦେଶକୁ ସାବଧାନ କରିଛନ୍ତି । କହିଛନ୍ତି ଧର୍ଯ୍ୟର ପରୀକ୍ଷା କରନାହିଁ । ଏହି ଅବସରରେ ସେନାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଉଛି । ସେନାର ସୌର୍ଯ୍ୟ ଓ ପରାକ୍ରମକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0