ଅକଲାଣ୍ଡ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ନ୍ୟୁଜଲାଣ୍ଡ ଦଳ ଡକୱର୍ଥଲୁଇସ ନିୟମରେ ୫ ୱିକେଟ ହରାଇ ମ୍ୟାଚକୁ ଜିତିଛି ନ୍ୟୁଜଲାଣ୍ଡ । ଫଳରେ ୩ ମ୍ୟାଜ ବିଶିଷ୍ଟ ଏହି ସିରିଜରେ ପ୍ରଥମ ମ୍ୟାଚକୁ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ନ୍ୟୁଜଲାଣ୍ଡ । ଅନ୍ୟପଟେ ନ୍ୟୁଜଲାଣ୍ଡ ଦଳର ଅଭିଜ୍ଞ ଦ୍ରୁତ ବୋଲର ଲୋକି ଫର୍ଗୁସନ ୨୧ ରନ ଦେଇ ୫ ୱିକେଟ ନେଇଛନ୍ତି । ଏହା ସହ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ତେବେ ବର୍ଷା ଯୋଗୁଁ ମ୍ୟାଚ ୧୬ ଓଭରରେ ସୀମିତ ରଖାଯାଇଥିଲା । ଟସ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ୱେଷ୍ଟଇଣ୍ଡିଜ ୭ ୱିକେଟ ବିନିମୟରେ ୧୮୦ ରନ ସଂଗ୍ରହ କରିଥିଲା । ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ସର୍ବାଧିକ ୭୫ ରନ ସଂଗ୍ରହ କରିଥିଲେ । ଅନ୍ୟପଟେ ଏହାର ଜବାବରେ ନ୍ୟୁଜଲାଣ୍ଡ ଦଳ ଅତି ସହଜରେ ବିଜୟ ଲକ୍ଷ ୧୭୬କୁ ହାସଲ କରି ନେଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0