ଭୁବନେଶ୍ବର : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବୁଧବାରଠାରୁ ରାଜ୍ୟର ୫ଟି ପର୍ଯ୍ୟଟନସ୍ଥଳୀରେ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ମେସେଜ୍ ଦ୍ବାରା ଏହାର ଉଦଘାଟନ କରିଛନ୍ତି । ହୀରାକୁଦ, ଭିତରକନିକା, ସାତକୋଶିଆ, କୋଣାର୍କ ଓ ଦାରିଙ୍ଗିବାଡ଼ିରେ ଆରମ୍ଭ ହୋଇଛି ଇକୋ ରିଟ୍ରିଟ୍ । ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ଚାଲିବ ଏହି ପ୍ରାକୃତିକ ପର୍ଯ୍ୟଟନ ମେଳା । ସେହିପରି କରୋନା କଟକଣା ପାଇଁ ଦୀର୍ଘ ୮ ମାସ ହେଲା ବନ୍ଦ ଥିବା କଫି ଗାର୍ଡେନ, ପ୍ରକୃତି ଉଦ୍ୟାନ, ପାର୍କ ଆଦିକୁ ସଫାସୁତରା କରାଯାଇଛି । ଅଧିକରୁ ଅଧିକ ପର୍ଯ୍ୟଟକ ଯେପରି ଆରାମରେ ବୁଲାବୁଲି କରି ପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୋଟିଏ ତମ୍ବୁରେ ଗୋଟିଏ ରାତି ସହ ଦୁଇ ଦିନପାଇଁ ୯ ହଜାର ୪୪୦ ଟଙ୍କାର ପ୍ୟାକେଜ ରହିଛି । ସେହିଭଳି ଭିତରକନିକାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସେଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0