ରାଉରକେଲା : ରାଉରକଲୋ ପୁଣି ଜିଏସ୍ଟି ଠକେଇ ଅଭିଯୋଗ । ୧୭୦ କୋଟି ଟଙ୍କା ଆୟକର ଠକେଇ ଅଭିଯୋଗରେ ୧୭ ଗିରଫ । ସମସ୍ତଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଆୟକର ବିଭାଗ । ୩ଟି ଫେକ୍ କମ୍ପାନୀ ଖୋଲି ଇସ୍ପାତ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟ କାରବାର କରୁଥିଲେ । ଗତ ୩ତାରିଖରେ ଆୟକର ବିଭାଗ ପକ୍ଷରୁ ରାଉରକେଲାରେ ଚଢାଉ କରାଯାଇଥିଲା । ଜାଲ୍ ଦସ୍ତାବିଜ ଜବତ କରିବା ସହ ଆରମ୍ଭ କରିଥିଲା ଛାନ୍ଭିନ୍ ।
ସୂଚନାଯୋଗ୍ୟ ଯେ, ୧୭ଗୋଟି ଜାଲ କମ୍ପାନୀ ଖୋଲି ୧୭୦କୋଟି ଟଙ୍କାର କଳା ଧନ ଠାବ କରିଥିବା ଅଭିଯୋଗରେ ଛଡାଉ କରିଥିଲା ସେଣ୍ଟ୍ରାଲ ଆୟକର ବିଭାଗ। ଇସ୍ପାତ ନଗରୀ ରାଉରକେଲା ଅଂଚଳରେ ୩ଗୋଟି ଫେକ କମ୍ପାନୀ ଖୋଲି ଇସ୍ପାତ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟରେ ଜଡିତ ଥିବା ୩ ଶିଳ୍ପ ସଂସ୍ଥା ବିରୋଧରେ ଗତ 3 ତାରିଖରେ ଆୟକର ବିଭାଗ ଛଡାଉ କରାଯାଇଥିଲା । ଚଢାଉ ସମୟରେ ଜାଲ ଦସ୍ତାବିଜ ଜବତ କରିବା ସହ ଆରମ୍ଭ କରିଦେଇଥିଲା ଛାନ୍ଭିନ୍ । ଏହି ଜାଲ କାରବାରରେ ୧୭ଜଣଙ୍କୁ ଅଟକ ରଖିଥିବା ବେଳେ ଗତ କାଲି ଗିରଫ କରିଛି ସେଣ୍ଟ୍ରାଲ ଆୟକର ବିଭାଗ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0