ରାଜଧାନୀ ଦିଲ୍ଲୀରେ ପହଞ୍ଚି ମମିତା ମେହେର ହତ୍ୟାକାଣ୍ଡ ମାମଲା । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଦୀର୍ଘ ମାସେ ହେଲା ବିରୋଧୀ ରାଜ ରାସ୍ତାକୁ ଓହ୍ଲାଇଥିବା ବେଳେ ରାଜ୍ୟ ରାଜନୀତି ଏବେ ମମିତା ନିଆଁରେ ଉଷ୍ମ ରହିଛି । ବର୍ତ୍ତମାନ ଦିଲ୍ଲୀରେ ଦେଖିବାକୁ ମିଳିଛି ମମିତା ନିଆଁ । ମମିତାଙ୍କୁ ନ୍ୟାୟ ଦେବା ପାଇଁ ଆଜି ଯନ୍ତରମନ୍ତରରେ ବିକ୍ଷୋଭ କରିବ କଂଗ୍ରେସ । ରାଜ୍ୟରେ ମଧ୍ୟ କଂଗ୍ରେସ ଏହି ମାମଲାକୁ ନେଇ ବାରମ୍ବାର ଅଭିଯୋଗ କରିଆସୁଛି ।ହେଲେ ଏହି ମାମଲାରେ ଚୁପ୍ ରହିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ଏବେ ମମିତା ନିଆଁ ବ୍ୟାପିବାରେ ଲାଗିଛି । ସେପେଟେ ମମିତା ହତ୍ୟାକାଣ୍ଡ ଘଟଣାରେ ଆଜି ବିଜେପି ତରଫରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀ କରାଯିବ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ବିଜେପି କ୍ରମାଗତ ଭାବେ ଏହା ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0