spot_img

ଗଛ ଦେବ ମଶାଙ୍କଠାରୁ ମୁକ୍ତି!!!

ବର୍ଷାଦିନ ଆରମ୍ଭ ହେଲେ ମଶାଙ୍କ ସମସ୍ୟା ବଢ଼ିଯାଇଥାଏ । ବର୍ଷା ସମୟରେ ମଶାଙ୍କ ପ୍ରଜନନ ଓ ଜନ୍ମ ସମୟ ହୋଇଥିବାରୁ ଏହି ସମୟରେ ସେମାନଙ୍କଠାରୁ ଡେଙ୍ଗ, ଚିକନ ଗୁନିଆ ଓ ମ୍ୟାଲେରିଆ ଭଳି ରୋଗ ବ୍ୟାପିବାର ସମ୍ଭାବନା ଥାଏ । ପ୍ରତି ରାଜ୍ୟର ସରକାର ଏହି ଋତୁରେ ଏଥି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥାଆନ୍ତି । ଏଥିପାଇଁ ପାୱାର ସ୍ପ୍ରେ, ଫଙ୍ଗିଙ୍ଗ ମେଶିନ ସମେତ ଅନ୍ୟ ଉପାୟର ମଧ୍ୟ ସାହାରା ନିଆଯାଇଥାଏ । କିନ୍ତୁ ମଶାଙ୍କ ଦାଉରୁ ବର୍ତ୍ତିବା ପାଇଁ ଲୋକମାନେ ମଧ୍ୟ କିଛି ପଦକ୍ଷେପ ନେବା ଉଚିତ । ବର୍ଷାରେ ଘର ବାହାରେ ପାଣି ଜମୁଥିବାରୁ ସେହି ପାଣିରେ ମଶା ଶୀଘ୍ର ବଂଶବୃଦ୍ଧି କରିଥାଆନ୍ତି । ଆବଶ୍ୟକସ୍ଥଳେ ପାଣି ଥିବା ପାତ୍ରକୁ ଓଲଟାଇ ରଖନ୍ତୁ । ଘର ବାହାରେ ଅଳିଆ ଆବର୍ଜନା ଫିଙ୍ଗନ୍ତୁନି । ମୌସୁମୀରେ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ସ୍ପ୍ରେ ବ୍ୟବହାର କରନ୍ତୁ । ଯେଉଁ ଲୋକମାନଙ୍କ ନିଶ୍ୱାସ ନେବାରେ ସମସ୍ୟା ଥିବ, ସେମାନଙ୍କ ପାଖରେ ଏହି ସ୍ପ୍ରେ ବ୍ୟବହାର କରିବା ଉଚିତ୍ ନୁହେଁ । ଘରେ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ‘ଇନସେକ୍ଟ ଇଲେକ୍ଟ୍ରୋନିକ ଟ୍ରାପ’ ର ସାହାଯ୍ୟ ନିଆଯାଇପାରିବ । ଏହି ଟ୍ରାପ୍ ଘରେ ବୁଲୁଥିବା ମଶାଙ୍କୁ ସହଜରେ ଧରି ନେଇ ମାରିଦେବ । ଏହାର ଶବ୍ଦ ଆପଣଙ୍କୁ ଟିକେ ଅଡ଼ୁଆ ଲାଗିଲେ ବି ଏହା ଖୁବ୍ ଉପକାରୀ । ଏହା କେମିକାଲ ଶୂନ୍ୟ ଓ ଇକୋ- ଫ୍ରେଣ୍ଡଲୀ ମଧ୍ୟ । ମଶାରୁ ମୁକ୍ତି ପାଇବା ପାଇଁ ଘରେ କର୍ପୂର , ରସୁଣ, କଫି, ଲାଭେଣ୍ଡର ତେଲ ଓ ପୁଦିନା ପତ୍ର ନିଶ୍ଚୟ ରଖନ୍ତୁ । ଏକ ପାତ୍ରରେ କର୍ପୂର ରଖିବା ଦ୍ୱାରା କୋଠରୀର ଆଖପାଖରେ ପ୍ରାୟ ୩୦ ମିନିଟ ଯାଏ ରଖିବା ଦ୍ୱାରା ମଶା ଆସିନଥାନ୍ତି । କେମିକାଲରେ ପ୍ରସ୍ତୁତ ସ୍ପ୍ରେ ମଶାଙ୍କ ସହ ମଣିଷଙ୍କ ପାଇଁ ମଧ୍ୟ ହାନିକାରକ । ଆପଣ ଯଦି ଚାହିଁବେ ତେବେ ମଶା ଘଉଡେଇବା ପାଇଁ ସୁଗନ୍ଧଯୁକ୍ତ ଗଛ ମଧ୍ୟ ଲଗାଇପାରିବେ । ଆପଣ ସିଟ୍ରୋନେଲା, ଲେମନ ବାମ୍, ମ୍ୟାରିଗୋଲ୍ଡ, ଲାଭେଣ୍ଡର ଓ ରୋଜମ୍ୟାରି ଗଛ ଲଗାଇପାରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular