ନୂଆଦିଲ୍ଲୀ : ଅକ୍ଟୋବର ଶେଷ ସୁଦ୍ଧା ଭାରତରେ ଲଞ୍ଚ ହେବାକୁ ଯାଉଛି ଭାରତୀୟ ଟେକ୍ନୋଲୋଜି ଦ୍ୱାରା ନିର୍ମିତ ମୋବାଇଲ ଭିଡ଼ିଓ ଗେମ ଆପ FAU-G । ଏହାକୁ ବଲିଉଡ଼ ଷ୍ଟାର ଅକ୍ଷୟ କୁମାରଙ୍କ ତତ୍ତ୍ୱାବଧାନରେ ଲଞ୍ଚ କରାଯିବ । ଭାରତରେ ପବଜି ଗେମ ବନ୍ଦ ହେବା ପରେ ଏହି ଗେମ ଏହାର ସ୍ଥାନ ନେବ ବୋଲି ଆଶା କରାଯାଉଛି । ବେଙ୍ଗାଲୁରୁ ‘ବେଷ୍ଟ ଏନ କୋର ଗେମ୍ସ’ ଦ୍ୱାରା Fearless and United: Guards (FAU-G) ଗେମ ଅକ୍ଟୋବର ଶେଷ ସୁଦ୍ଧା ଲଞ୍ଚ କରାଯିବ ବୋଲି କମ୍ପାନୀର କୋ-ଫାଉଣ୍ଡର ବିଶାଲ ଗୋଣ୍ଡଲ କହିଛନ୍ତି । ଏହି ଗେମକୁ ଲଞ୍ଚ କରିବା ପାଇଁ କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗେମର ପ୍ରଥମ ଲେବୁଲ ଗଲୱାନ ଭ୍ୟାଲି ଉପରେ ପର୍ଯ୍ୟବେସିତ । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜୁନ ମାସରେ ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ୩୦ ଜଣ ଭାରତୀୟ ସେନା ସହୀଦ ହୋଇଥିଲେ । ଏହି ଘଟଣା ପରେ ଭାରତ ସରକାର ଚୀନ ଉପରେ ଡ଼ିଜିଟାଲ ଷ୍ଟ୍ରାଇକ ଦ୍ୱାରା ଟିକଟକ ସମେତ ଅନେକ ଲୋକପ୍ରିୟ ଆପକୁ ବ୍ୟାନ କରିଥିଲେ । ଏବେ ପୁଣିଥରେ ବ୍ୟାନ କରିଥିବା ଅନ୍ୟ ୧୧୮ଟି ଆପ ମଧ୍ୟରେ ଲୋକପ୍ରିୟ ମୋବାଇଲ ଗେମ ପବଜି ସାମିଲ ଅଛି ।
ଗୋଣ୍ଡଲଙ୍କ କହିବା ଅନୁଯାୟୀ, ଏହି FAU-G ର ଅର୍ଥ ସୈନିକ । ଏହି FAU-G ଗେମ ଖେଳାଳୀମାନଙ୍କ ମଧ୍ୟରେ ଦେଶପ୍ରେମ ଭାବନା ଜାଗ୍ରତ କରିବା ସହିତ ଏହାର ମୋଟ ଆୟର ୨୦ ପ୍ରତିଶତ ଏକ ସରକାରୀ ଟ୍ରଷ୍ଟକୁ ଦିଆଯିବ । ଯାହା ଡ଼ୁ୍ୟଟି ସମୟରେ ସହୀଦ ହେଉଥିବା ଜବାନମାନଙ୍କ ପରିବାରକୁ ସହାୟତା ରୂପେ ଦିଆଯିବ । ଅଭିନେତା ଅକ୍ଷୟ କୁମାର ଏହି ଗେମର ନାମ FAU-G ରଖିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0