spot_img

ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନର ଆଜି ବିଜ୍ଞପ୍ତି ଜାରି କରିଛନ୍ତି । ନଭେମ୍ବର ୩ ତାରିଖରେ ହେବାକୁଥିବା ଭୋଟ୍ ଗ୍ରହଣ ପାଇଁ ଆଜିଠୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୧୬ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ହେବ। ପ୍ରାର୍ଥୀମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ନାମାଙ୍କନପତ୍ର ଦାଖଲ କରାଯିବା ନେଇ କହିଛନ୍ତି ନିର୍ବାଚନ କମିଶନର।

ପ୍ରାର୍ଥିପତ୍ର ୧୭ ତାରିଖରେ ଯାଞ୍ଚ ହେବ। ୧୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ନଭେମ୍ବର ୩ ତାରିଖରେ ହେବ ଭୋଟ୍‌ ଗ୍ରହଣ । ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ। କରୋନା କଟକଣା ମଧ୍ୟରେ ମତଦାନ କରିବେ ଭୋଟର । ୮୦ ବର୍ଷରୁ ଅଧିକ ବୟସର ନାଗରିକ, ଦିବ୍ୟାଙ୍ଗ ଓ କୋଭିଡ୍ ସଂକ୍ରମିତ ଭୋଟର ପୋଷ୍ଟାଲ ବାଲଟରେ ମତଦାନ କରିବା ବ୍ୟବସ୍ଥା କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular