spot_img

ରାଜଧାନୀରେ ଗଡିବ ବିଦ୍ୟୁତ ଚାଳିତ ବସ୍

ରାଜଧାନୀରେ ଗଡିବ ବିଦ୍ୟୁତ ଚାଳିତ ବସ । ପରିବେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ରାଜଧାନୀରେ ବିଦ୍ୟୁତ୍ ଚାଳିତ ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବସ ଗୁଡିକର ଚାର୍ଜ ପାଇଁ ଗାଡକଣା ନିକଟରେ ଏକ ବିଦ୍ୟୁତ ସବ ଷ୍ଟେସନଏବଂ ୫୦ ଟି ବସ ରହିବାକୁ ଡିପୋ ନିର୍ମାଣ କରାଯିବ । ଏନେଇ କ୍ରୁଟ ପକ୍ଷରୁ ଜାଗା ଚିହ୍ନଟ ସରିଛି । ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ ପାଇଁ ଆସନ୍ତା ସପ୍ତାହାରେ ହରିୟାଣାର ବସ୍ ନିର୍ମାଣ କାରୀ ସଂସ୍ଥାର ବୈଷୟିକ ପ୍ରତିନିଧି ଆସିବେ । ସେମାନେ ପରିଦର୍ଶନ କରି ଯିବା ପରେ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି । ରାଜ୍ୟସରକାର ଚଳିତବର୍ଷ ଶେଷ ସୁଦ୍ଧା ୨୫ ଟି ବିଦ୍ୟୁତ୍ ଚାଳିତ ବସ୍ ଚଳାଇବାକୁ ଲକ୍ଷ ରଖାଯାଇଥିଲା । କରୋନା ସ୍ଥିତିର ସୁଧାର ଆସିବା ପରେ ୨୦୨୧ ଜାନୁଆରୀ ଶେଷ ସପ୍ତାହରେ ୨୫ ଟି ବିଦ୍ୟୁତ୍ ଚାଳିତ ବସ୍ ଆଣିବାକୁ ସରକାର ଲକ୍ଷ ରଖିଛନ୍ତି । ବସ୍ ଗୁଡିକ ଫେବୃଆରୀ ପ୍ରଥମ ସପ୍ତାହରେ ରାସ୍ତାରେ ଗଡିବ । ଅବଶିଷ୍ଟ ୨୫ ଟି ବସ୍ ମାର୍ଚ୍ଚ ଶେଷ ସପ୍ତାହ ମଧ୍ୟରେ ଓଡିଶାରେ ପହଂଚିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular