ଆନ୍ଦନପୁର : ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧିନ ନାହାଳିଆ ଗାଁରେ ଘଟିଛି ଏକ ଦୁର୍ଘଟଣା । ଟିଓ୍ଵେଲ ଖୋଳା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଟିଓ୍ଵେଲ ଖୋଳାଳିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ନାହାଳିଆ ଗାଁର ଜଣେ ବ୍ୟକ୍ତିଙ୍କ ବାଡିରେ ଚନ୍ଦ୍ରଶେଖର ଜେନା ଓ ବାପୁନ୍ ଜେନା ହାତଖୋଳା ଟିଓ୍ଵେଲ ବସାଇବାକୁ ଯାଇଥିଲେ । ଖୋଳାକାମ ଚାଲିଥିବା ସମୟରେ ବାପୁନ୍ ମାଟିଭିତରୁ ଲୁହା ପାଇପ୍ ବାହାର କରିବା ସମୟରେ ପାଇପ ଉପରେ ଝୁଲିଥିବା ୧୧ କେଭି ବିତ୍ୟୁତ୍ ତାରରେ ବାଜିଯାଇଥିଲା। ଫଳରେ ବାପୁନ୍ ବିଦ୍ୟୁତ୍ ଆଘାତ ପାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଚନ୍ଦ୍ରଶେଖର ମଧ୍ୟ ଆହତ ହୋଇଥିଲେ। ଗୁରୁତର ବାପୁନଙ୍କୁ ସ୍ଥାନୀୟ ଲୋକ ଆନନ୍ଦପୁର ଡାକ୍ତରାଖାନା ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0