spot_img

ମାଲକାନଗିରି ଛତିଶଗଡ ସୀମାନ୍ତରେ ପୁଣି ମାଓ ହିଂସା

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଯୁବକଙ୍କୁ ଘରୁ ଡାକିନେଇ ଗଳାକାଟି ହତ୍ୟା କଲେ ଲାଲ୍ ବାହିନୀ । ଜାଗରକୋଣ୍ଡା ଥାନା ଅନ୍ତର୍ଗତ କୁନ୍ଦେର ଗାଁରେ ଘଟିଛି ଏହି ହିଂସା କାଣ୍ଡ । ମୃତ ଯୁବକଙ୍କ ନାଁ ଉଇକା ଉଙ୍ଗା ବୋଲି ଜଣାପଡିଛି । ପ୍ରାୟ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ ଗତକାଲି ରାତିରେ କୁନ୍ଦେର ଗାଁରେ ପହଞ୍ଚି ଉଙ୍ଗାକୁ ଘରୁ ଡାକି ନେଇଥିଲେ । ହେଲେ ଆଜି ନିକଟସ୍ଥ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular