ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଳା କରଞ୍ଜିଆ ବନଖଣ୍ଡକୁ ଝାରଖଣ୍ଡରୁ ଗୋଟିଏ ବର୍ଷରେ ଅନେକ ଥର ହାତୀ ଆସିଥାନ୍ତି । କିଛି ଦିନ ହେବ ହାତୀପଲ ବହୁ ଫସଲ ନଷ୍ଟ କରିଦେଇଛନ୍ତି । ଯାହାଦ୍ୱାରା ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଥମେ ଚରୁଆ, ଶୁକ୍ଳି ବ୍ଲକ ଏବଂ କରଞ୍ଜିଆ ବ୍ଲକର ଦରି ପଞ୍ଚାୟତରେ ହାତୀ ଉତ୍ପାତ ହେଉଛନ୍ତି । ଗତକାଲି ହାତୀ ଦଳ ୩ଟି ଘର ଭାଙ୍ଗିବା ସହ ଅନେକ ଚାଷ ଜମି ଫସଲ ନଷ୍ଟ କରିଦେଇଛନ୍ତି । ହାତୀଙ୍କ ଆତଙ୍କରେ ଗ୍ରାମବାସୀ ଭୟଭୀତ ହେବା ସହ ଚିନ୍ତାରେ ରହିଛନ୍ତି । ହାତୀମାନଙ୍କ ଭୟରେ ଅଧିକାଂଶ ସମୟରେ ବିଦ୍ୟୁତ କଟାଯାଉଥିବା ବେଳେ ରାତିସାରା ଜଗିରହୁଛନ୍ତି ଗ୍ରାମବାସୀ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0