spot_img

ଥମୁନି ହାତୀ ଉପଦ୍ରବ

ଢେଙ୍କାନାଳ : ହାତୀ ଆକ୍ରମଣରେ ପୁଣି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତକ ରବି ନାରାୟଣ ରାଉତ । ହିନ୍ଦୋଳ ବନାଞ୍ଚଳର ରାସୋଳ ଥାନା ମାନିଆଁନାଳୀ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ରବି ତାଙ୍କ ଘର ପଛ ପଟେ ଥିବା ଧାନ ଖଳାକୁ କୌଣସି କାମରେ ଯାଇଥିଲେ । କିନ୍ତୁ ହାତୀଟି ଧାନ ଖାଇବାକୁ ବାଡିରେ ପସିଥିଲା । ଯାହାଫଳରେ କି ରବି ହାତୀ ହାବୁଡ଼ରେ ପଡିଯାଇଥିଲେ । ସେଠାରୁ ଖସିବାକୁ ରବି ଉଦ୍ୟମ କରୁଥିଲେ ମଧ୍ୟ ଆସିପାରିନଥିଲେ । ଶେଷରେ ହାତୀ ରବିଙ୍କୁ କଚାଡି ଦେଇଥିଲା । ରବିଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡି ଆସିଥିଲେ । ଅଧିକ ଲୋକଙ୍କୁ ଦେଖି ହାତୀଟି ଜଙ୍ଗଲକୁ ପଳାଇଥିଲେ । ଶେଷରେ ରବିଙ୍କର ମୃତ୍ୟୁ ହୋଇଯାଇଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular