ସମ୍ବଲପୁର: ସମ୍ବଲପୁର ସଦର ରେଞ୍ଜରେ ଦନ୍ତା ହାତୀର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି। ଦନ୍ତା କାହାର ଘର ଭାଙ୍ଗିଲାଣି ତ କାହା ବାଡିରେ ପଶି ସବୁ କିଛି ନଷ୍ଟ କଲାଣି । ଏପରିକି ବନ ବିଭାଗ ନିରୁପାୟ ହୋଇ ବସିଛି । ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଜୋର ଧରିଲାଣି ଦାବି। ସମ୍ବଲପୁର ସଦର ରେଞ୍ଜ ମୁଣ୍ଢେର ଗାଁରେ ଦନ୍ତା ହାତୀଙ୍କ ଉତ୍ପାତ ଯୋଗୁଁ ସଞ୍ଜ ନଇଁଲେ ପଡି ଯାଉଛି ତାଟି କବାଟ । ଦନ୍ତା ଉତ୍ପାତରେ ଥରହର ହେଉଛନ୍ତି ଗାଁ ଲୋକେ । ହାତୀ ଗାଁରେ ପଶି କାହା ବାଡି ବଗିଚାରେ ପଶି ଫସଲ ନଷ୍ଟ କଲାଣି ତ ଆଉ କାହା ଘର ଭାଙ୍ଗିଲାଣି । ଘର ଭିତରକୁ ଷୁଣ୍ଢ ପୁରାଇ ଦନ୍ତା ଯାହା ପାରୁଛି ତାହା ଭିଡି ନେଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0