spot_img

ସିଘୁଂ ସୀମାରେ ଚାଷୀଙ୍କ ଉପରେ ପଥରମାଡ଼

ସିଘୁଂ ସୀମାରେ ଚାଷୀଙ୍କ ଉପରେ ପଥରମାଡ଼ । କିଛି ଲୋକ ସିଘୁଂ ସୀମାରେ ପହଞ୍ଚି ଆନେ୍ଦାଳନ କରୁଥିବା ଚାଷୀଙ୍କ ଉପରେ ପଥର ମାଡ଼ କରିବା ସହ ଟେଣ୍ଟ ଗୁଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ସେମାନେ ନିଜକୁ ସ୍ଥାନୀୟ ଅଞ୍ଚଳର ଲୋକ ବୋଲି ଦାବି କରିଛନ୍ତି । ସେପଟେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲାଠିଚାର୍ଜ ସହ ଟିୟର ଗ୍ୟାସ ପ୍ରୟୋଗ କରିଛି । ଏହାକୁ ନେଇ ସିଘୁଂ ସୀମା ପୁଣିଥରେ ଅଶାନ୍ତ ହୋଇପଡ଼ିଛି । ଚାଷୀଙ୍କ ଆନେ୍ଦାଳନକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବଳୟର ବ୍ୟବସ୍ଥା ସର୍ତ୍ତେବି କେମିତି ସ୍ଥାନୀୟ ଅଞ୍ଚଳର ଲୋକ ଟେଣ୍ଟ ପାଖରେ ପହଞ୍ଚିଲେ,ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular