spot_img

ମୟୁରଭଞ୍ଜରେ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ ବନଖଣ୍ଡ ଅଞ୍ଚଳରେ ହାତୀପଲ ଆତଙ୍କ ଖେଳାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁଧିଆଣୀ ରେଞ୍ଜ କୁଁଜିଆ ଗାଁରେ ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲ ଉପଦ୍ରବ କରୁଛନ୍ତି । ଏହି ହାତୀପଲ ସ୍ଥାନୀୟ ଅଞ୍ଚଳରେ ଘର ଭାଙ୍ଗିବା ସହିତ ବ୍ୟାପକ ଫସଲ ମଧ୍ୟ ନଷ୍ଟ କରି ଦେଇଛନ୍ତି । ଯେଉଁଥିପାଇଁ ସ୍ଥାନୀୟ ଲୋକ ମାନେ ଉତ୍ତେଜିତ ହେବା ସହ ଦୁଧିଆଣି ରେଞ୍ଜ ସମୁଖରେ ରାସ୍ତା ରୋକ କରିଛନ୍ତି । ଗତ କିଛି ଦିନ ହେବ ୨୨ ଟିକିଆ ହାତୀପଲ ବିଉଁରିଆ ଗାଁରେ ଉତ୍ପାତ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲେ ମଧ୍ୟ୍ୟ ବନବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ନେଇ ସେମାନେ କହିଛନ୍ତି । ଯେଉଁଥିପାଇଁ ଗ୍ରାମବାସୀ ଆଜି ସକାଳୁ ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତାକୁ ଅବରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular