ଗଜପତି: ଉମରକୋଟ ଗଜପତି ଛକ କ୍ଲବ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା l ଉମରକୋଟ ଗଜପତି ଛକ କ୍ଲବ ତରଫରୁ କରୋନା ମହାମାରୀ ସମୟରେ ଯେଉଁ ସଫେଇ କର୍ମଚାରୀ ମାନେ ନିଜ ଜୀବନକୁ ବିପନ୍ନ କରି ନିଜର ପରିବାରକୁ ଭୁଲି ଜନ ସେବାରେ ଜୀବନ କୁ ବାଜି ଲଗାଇ ଦେଇଥିଲେ ଓ ମହାମାରୀ କିପରି ନିଜର କାୟା ବିସ୍ତାର କରିପାରିବ ନାହିଁ ସେଥିପାଇଁ ଦିନ ରାତି ଏକ କରି ସେବା ଯୋଗାଇଥିଲେ ସେହି ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଉମରକୋଟ ପୌର ପରିଷଦର ସଫେଇ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇବା ସହ ସମ୍ମାନିତ କରାଯାଇଥିଲା। କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିଥିବାରୁ ସମସ୍ତ ଯୋଦ୍ଧା ଗଜପତି କ୍ଲବର କର୍ମ କର୍ତ୍ତାଙ୍କୁ କୃତଜ୍ଞତା ଜଣାଇବା ସହ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଗଜପତି କ୍ଲବ ତରଫରୁ ରଘୁ ଦଣ୍ଡସେନା, ବିଜୟ କୁମାର,ବିକୀ ନାୟକ,ଭାନୁ ପ୍ରତାପ ସିଂ,ଆଶିଷ ରାଓ,ହିମାଂଶୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0