ଟ୍ରକ୍-ବସ୍ ମୁହାଁ-ମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ ,ଚାଳକ ଗୁରୁତର
ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ନୂଆଗାଁ ଛକ ନିକଟରେ ଦୁର୍ଘଟଣା । ଭୁବନେଶ୍ୱର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍ କୁ ଧକ୍କା ଦେଲା ବ୍ରହ୍ମପୁର ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ମିରାକିଲ୍ ହଲିଡେ ନାମକ ଯାତ୍ରିବାହୀ ବସ୍ । ଘଟଣା ସ୍ଥଳରେ ଟ୍ରକ୍ ହେଲପର ର ମୃତ୍ୟୁ ହୋଇଛି । ଅନ୍ୟପଟରେ ଟ୍ରକ୍ ଚାଳକ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି । ମୃତ ଟ୍ରକ୍ ହେଲପର ଜଣଙ୍କ ଝାରଖଣ୍ଡ ଅଞ୍ଚଳର ଅମିତ କୁମାର ଏବଂ ଆହତ ଟ୍ରକ ଚାଳକ, ତାରକେଶ୍ୱର ଶର୍ମା ବୋଲି ଜଣାପଡିଛି । ବସ୍ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ପୋଲିସ କହିଛନ୍ତି । ଜାତୀୟ ରାଜପଥ ରେ ରାସ୍ତା ନିର୍ମାଣ କାର୍ୟ୍ୟ ଚାଲିଥିବା ଯୋଗୁଁ ଗୋଟିଏ ରାସ୍ତା ରେ ଗାଡ଼ି ଚଳାଚଳ କରୁଥିବା ସମୟରେ ଘଟିଛି ଏହି ଦୁର୍ଘଟଣା । ଘଟଣା ସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକ୍ ମଧ୍ୟରୁ ମୃତ ହେଲପର ଙ୍କ ମୃତ ଦେହ କୁ ଉଦ୍ଧାର କରିଛି । ଟାଙ୍ଗୀ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଗାଡ଼ି ଦୁଇଟି ଜବତ କରିବା ସହିତ ଦୁର୍ଘଟଣା ଯୋଗୁଁ ହୋଇଥିବା ରୋଡ୍-ବ୍ଲକ କୁ ପ୍ରଶମିତ କରି ତଦନ୍ତ ଆରମ୍ଭ କରିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0