ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆକୁ ଅନୁମତି ମଗାଯାଇଛି। ମହାମାରୀ କରୋନାର ସ୍ଥିତି ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଲୋଡ଼ା ଯାଇଛି। ପୂର୍ବରୁ ଆମେରିକାର ଫାର୍ମା କମ୍ପାନୀ ଫାଇଜର ମଧ୍ୟ ଭାରତରେ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମାଗିଥିଲା। ଫାଇଜରକୁ ବ୍ରିଟେନ ଓ ବାହାରିନ୍ରେ ବ୍ୟବହାର ପାଇଁ ସେଠାକାର ସରକାର ଅନୁମତି ଦେଇ ସାରିଛନ୍ତି। ତେଣୁ ଭାରତରେ ମଧ୍ୟ ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ କମ୍ପାନୀ ଆବେଦନ କରିଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ଫେଜ୍-୩ ଟ୍ରାଏଲ ଭାରତ ସମେତ ଏକାଧିକ ରାଷ୍ଟ୍ରରେ ଚାଲିଛି। ଏହାର ଉତ୍ପାଦନ ଦାୟିତ୍ୱ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନେଇଛି। ଫେଜ୍-୨ ଓ ଫେଜ୍-୩ ଟ୍ରାଏଲରୁ ମିଳିଥିବା ରିପୋର୍ଟ ଆଧାରରେ ସେରମ ଏବେ ଆଇସିଏମଆର ସହାୟତାରେ ଭାରତୀୟଙ୍କ ପାଖରେ ଟିକା ପହଞ୍ଚାଇବାକୁ ଚାହୁଁଛି। ଆଇସିଏମଆରର ତଥ୍ୟ ଅନୁଯାୟୀ, ସେରମ କୋଭିସିଲ୍ଡର ୪୦ ମିଲିୟନ ଡୋଜ୍ ପୂର୍ବରୁ ହିଁ ପ୍ରସ୍ତୁତ କରି ରଖିଛି। ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମାଗିବା ବେଳେ ସେରମ ଟିକାର କ୍ଲିନିକାଲ ଟ୍ରାଏଲ ରିପୋର୍ଟ ଡିସିଜିଆଇ ନିକଟରେ ଦାଖଲ କରିଛି। ଏହା ମଧ୍ୟରେ ଦୁଇଟି ରିପୋର୍ଟ ବ୍ରିଟେନର, ଗୋଟିଏ ବ୍ରାଜିଲର ଓ ଗୋଟିଏ ଭାରତର ରହିଛି।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0