ଚେନ୍ନାଇ: ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଆକର୍ଷଣୀୟ ଫର୍ମରେ ଅଛନ୍ତି । ଚେନ୍ନାଇରେ ନିଜର ୧୦୦ ତମ ଟେଷ୍ଟ୍ ଖେଳୁଥିବା ରୁଟ୍ ଦମଦାର ଦ୍ୱିଶତକ ଲଗାଇଛନ୍ତି । ଭାରତ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନରେ ସେ ଏକ ବଡ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ଚେନ୍ନାଇ ଟେଷ୍ଟରେ ରୁଟ୍ ୨୦୦ ରନ୍ କରି ସାରିଛନ୍ତି । ଲଗାତର ଭାବେ ସେ ତିନୋଟି ଟେଷ୍ଟ ମ୍ୟାଚରେ ୧୫୦ରୁ ଅଧିକ ରନ୍ କରିଛନ୍ତି । ଏହି ତାଲିକାରେ ସେ ସପ୍ତମ ସ୍ଥାନରେ ପହଁଚିଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟରେ ଯଥାକ୍ରମେ ୨୨୮ ଓ ୧୮୬ ରନ୍ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0