spot_img

ଆରମ୍ଭ ହେବାକୁ ଯାଉଛି ଇଂଲିଶ ପ୍ରିମିୟର ଲିଗ

ଲଣ୍ଡନ: ଚଳିତ ବର୍ଷ ଆଇପିଏଲ ସରିବା ପରେ ଆରମ୍ଭ ହେବାକୁ ଯାଉଛି ଇଂଲିଶ ପ୍ରିମିୟର ଲିଗ । ଇଂଲିଶ ପ୍ରିମିୟର ଲିଗରେ ପ୍ରଥମଥର ପାଇଁ ଆଶିଂକ ଦର୍ଶକ ଦେଖିବା ପାଇଁ ମିଳିବେ । ତେବେ ଡିସେମ୍ବର ୨ରେ ଇଂଲଣ୍ଡରେ ନ୍ୟାଶନାଲ ଲକଡାଉନ ଶେଷ ହେବା ପରେ କରେନାଭାଇରସ କଟକଣା ହ୍ରାସ ପାଇବ । ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଷ୍ଟାଡିୟମକୁ ଆଂଶିକ ଦର୍ଶକଙ୍କୁ ଅନୁମତି ଦେବେ । ସରକାରଙ୍କ ନିୟମ ଅନୁଯାୟୀ, ଯେଉଁ ଅଞ୍ଚଳରେ କୋଭିଡ ସଂକ୍ରମଣ ହାର ୨,୦୦୦ରେ ସୀମିତ ରହିଛି ସେହି ଅଞ୍ଚଳରେ ସର୍ବାଧିକ ୪,୦୦୦ ଦର୍ଶକଙ୍କୁ ଅନୁମତି ମିଳିବ । ଅନ୍ୟପଟେ ଯେଉଁ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହିବ ସେଠାରେ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ । ତେବେ ପ୍ରଥମେ ଅକ୍ଟୋବରରେ ଦର୍ଶକଙ୍କୁ ଅନୁମତି ଦେବା ଲାଗି ଚିନ୍ତା କରାଯାଇଥିଲା । କିନ୍ତୁ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରୁ ଏହାକୁ ସ୍ଥଗିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular