ଚେନ୍ନାଇ: ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଚେନ୍ନାଇ ପହଁଞ୍ଚିଛନ୍ତି ଇଂଲଣ୍ଡ ଖେଳାଳି । ତେବେ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଭାରତୀୟ ଦଳର କୋଚ ରବି ଶାସ୍ତ୍ରୀ ମୁମ୍ବାଇରୁ ସିଧା ଆସିଥିବା ବେଳେ ଅନ୍ୟ ଖେଳାଳିମାନେ ମଧ୍ୟ ଚେନ୍ନାଇରେ ପହଁଞ୍ଚିଛନ୍ତି । ଦୁଇ ଦଳର ଖେଳାଳି ହୋଟେଲ ଲିଲା ପ୍ୟାଲେସରେ ରହିବେ । କୋଭିଡ-୧୯ ପ୍ରୋଟୋକଲ୍ସ ଅନୁଯାୟୀ ଖେଳାଳିମାନେ କ୍ୱାରାଣ୍ଟାଇନରେ ରହିବେ ଓ ସେମାନଙ୍କର କରୋନା ଟେଷ୍ଟ ମଧ୍ୟ କରାଯିବ । ଖେଳାଳିମାନେ ୬ ଦିନ କ୍ୱାରାଣ୍ଟାଇନରେ ରହିବେ ଓ ଫେବୃଆରୀ ୨ ତାରିଖରୁ ଅଭ୍ୟାସ କରିବେ । ଅନ୍ୟପଟେ ପ୍ରଥମ ଟେଷ୍ଟ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବ ଓ ଦ୍ୱିତୀୟ ଟେଷ୍ଟ ୧୩ ତାରିଖରୁ ଆରମ୍ଭ ହେବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0