ଭୁବନେଶ୍ୱର: ହାଇକୋର୍ଟରେ ଦାଖଲ କରିଥିବା ଘରୋଇ ସ୍କୁଲଗୁଡ଼ିକର ଫି ପ୍ରସଙ୍ଗ ସତ୍ୟପାଠରେ ସରକାର କହିଛନ୍ତି, ଘରୋଇ ସ୍କୁଲର ଫି ନିର୍ଦ୍ଧାରଣ ନେଇ ଆମର କୌଣସି ପଲିସି ନାହିଁ। ଓଡ଼ିଶା ଏଜୁକେଶନ ଆକ୍ଟ ୧୯୬୯ ଆଧାରରେ ସ୍ୱୀକୃତି ପାଇଥିବା ଘରୋଇ ସ୍କୁଲର ଫି ଉପରେ ସରକାରଙ୍କର କୌଣସି ନିସ୍ପତି ନାହିଁ। ପଂଜାବ ଓ ଦିଲ୍ଲୀ ଭଳି ରାଜ୍ୟରେ ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ଉପରେ ରାଜ୍ୟ ସରକାରଙ୍କ ଆଇନ ଥିବା ବେଳେ ଓଡ଼ିଶାରେ କାହିଁକି ନାହିଁ ବୋଲି ଆଡଭୋକେଟ ଜେନେରାଲଙ୍କୁ ପଚାରିଥିଲେ ହାଇକୋର୍ଟ। ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0