ବ୍ରହ୍ମପୁର: ୪ବର୍ଷର ଶିଶୁ ବେକରେ ପଶିଗଲା ଲୁହା ରଡ୍ । ଖେଳୁଥିବା ସମୟରେ ରଡ୍ ପଶିଯାଇଥିବା ସୂଚନା । ଡାକ୍ତରଙ୍କ ଆସିବା ବିଳମ୍ବ ହେବାରୁ ଅଢେଇ ଘଣ୍ଟା ବିତିଗଲେ ବି ଅପରେସନ କରାଯାଇପାରି ନାହିଁ । ଏଭଳି ଦୁଃଖଦ ଘଟଣା ଘଟିଛି ବ୍ରହ୍ମପୁରର କେଶପୁର ନିକଟସ୍ଥ ଖଣ୍ଡଦେଉଳି ଗ୍ରାମରେ । ସୂଚନା ମୁତାବକ, କେଶପୁର ନିକଟସ୍ଥ ଯଜ୍ଞସିନୀ ଗୌଡ ନାମକ ଜଣେ ମହିଳାଙ୍କ ୪ ବର୍ଷର ଶିଶୁ ଖେଳୁଥିବା ସମୟରେ ଲୁହାରଡ ପଶି ଯାଇଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ବ୍ରହ୍ମପୁର ବଡ ମେଡିକାଲ MKCG ରେ ଭର୍ତ୍ତି କରାଯାଇଛି । କିନ୍ତୁ ଡାକ୍ତର ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଆସିବାରୁ ଅପରେସନ କରାଯାଇପାରି ନାହିଁ ବୋଲି ଅଭିଯୋଗ କରିଛନ୍ତି ଶିଶୁର ମା ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0