ଚେନ୍ନାଇ: ମାଡ୍ରାସ ହାଇକୋର୍ଟରେ ବିରାଟ କୋହିଲଙ୍କୁ ଗିରଫ କରିବା ନେଇ ପିଟିସନ ଦାୟର ହୋଇଛି । ଅନଲାଇନ ଜୁଆଖେଳ ବିବାଦରେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହିଲ ଓ ଅଭିନେତ୍ରୀ ତମନ୍ନା ଫସିଛନ୍ତିି । ଚେନ୍ନାଇର ଜଣେ ଓକିଲ ହାଇକୋର୍ଟରେ ଏନେଇ ଆବେଦନ କରିଛନ୍ତି । ଆବେଦନରେ ସେହି ସବୁ ଆପକୁ ବ୍ୟାନ କରିବା ପାଇଁ ଦାବି କରାଯାଇଛି, ଯାହାକୁ ବ୍ୟବହାର କରି ଜୁଆଖେଳ କରାଯାଉଛି । ଯୁବପିଢିଙ୍କ ଉପରେ ଏହାର କୁପ୍ରଭାବ ପଡିଛୁ । ତେଣୁ ଏହି ସବୁ କାମକୁ ପ୍ରୋତ୍ସାହନ ଦେଉଥିବା ଷ୍ଟାରମାନଙ୍କୁ ଗିରଫ କରାଯିବା ଉଚିତ୍ ବୋଲି ଓକିଲ କହିଛନ୍ତି । କରୋନା କଟକଣା ପାଇଁ ବିରାଟ କୋହିଲ ଏବେ ମୁମ୍ବାଇରେ ନିଜ ଘରେ ରହୁଛନ୍ତି । ଗତ କିଛି ମାସ ହେଲା ସେ ସୋସିଆଲ ମିଡିଆରେ ବିଭିନ୍ନ ବ୍ରାଣ୍ଡର ପ୍ରମୋସନ କରୁଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0