ଛୋଟ ଡ୍ରେସ୍ ପିନ୍ଧି ମନ୍ଦିର ପ୍ରବେଶ ମନା । ଗୁଜୁରାଟର ଶ୍ୟାମଲାଜୀ ମନ୍ଦିରରେ ଛୋଟ ପୋଷାକ ପିନ୍ଧି ପ୍ରବେଶ ଉପରେ ରୋକ ଲଗାଯାଇଥିଲା। ଏବେ ପୁଣି ଗୁଜୁରାଟର ଅମ୍ବାଜୀ ଶକ୍ତିପୀଠରେ ସଟ୍ ଡ୍ରେସ୍ ପିନ୍ଧି ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇଦିଆଯାଇଛି। ଯେଉଁ ପୋଷାକ ମନ୍ଦିରର ଗାରିମା ବଢ଼ାଇବ ସେଭଳି ପୋଷାକ ପିନ୍ଧିବା ଦରକାର ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ସମ୍ପର୍କରେ ବୋର୍ଡ ମଧ୍ୟ ଲଗାଯାଇଛି। ଛୋଟ ପୋଷାକ ପିନ୍ଧି ମନ୍ଦିର ନଆସିବାକୁ ବୋର୍ଡ ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି। ଏହି ନିଷ୍ପତ୍ତି ପୂର୍ବରୁ ନିଆଯାଇଥିଲା କିନ୍ତୁ ବୋର୍ଡ ବିଳମ୍ବରେ ଲଗାଯାଇଛି ବୋଲି ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ କର୍ତ୍ତୃପକ୍ଷଙ୍କୁ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଅମ୍ବାଜୀଙ୍କ ମନ୍ଦିରକୁ ଦେଶ ଏବଂ ଦେଶ ବାହରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସନ୍ତି। ଏଭଳି ପରିସ୍ଥିତିରେ ମନ୍ଦିର ତଥା ଭାରତୀୟ ସଂସ୍କୃତିର ମାନ ମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରଖିବା ଲୋକମାନଙ୍କ କର୍ତ୍ତବ୍ୟ ବୋଲି ମଧ୍ୟ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0