spot_img

ଜନତା କର୍ଫ୍ୟୁକୁ ପୁରିଲା ବର୍ଷେ

ଦେଶରେ ଜନତା କର୍ଫ୍ୟୁକୁ ବର୍ଷେ ପୁରିଛି ଠିକ୍ବର୍ଷେ ପୂର୍ବରୁ ଆଜିର ଦିନରେ ଭାରତରେ ସକାଳ ୭ରୁ ରାତି ୯ଟା ଯାଏଁ ୧୪ ଘଣ୍ଟିଆ କଟକଣା ଲାଗୁ ହୋଇଥିଲା ଜରୁରୀ କାରବାର ବ୍ୟତିତ ଅନ୍ୟ ସମସ୍ତ ସେବା ଏକଦମ୍ଠପ୍ହୋଇଯାଇଥିଲା କରୋନା ମହାମାରୀକୁ ରୋକିବା ଦିଗରେ ଏକ ସ୍ବତନ୍ତ୍ର ପଦକ୍ଷେପ ନେଇ ସାରା ଦେଶ​‌ରେ ୨୦ ମାର୍ଚ୍ଚ ୨୦୨୦ରେ ଜନତା କର୍ଫ୍ୟୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ମଧ୍ୟ ଜନତା କର୍ଫ୍ୟୁକୁ ଅଭୂତପୂର୍ବ ସମର୍ଥନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ପାଳନ କରିଥିଲେ  ଜନତା କର୍ଫ୍ୟୁର ତିନି ଦିନ ପରେ ଦେଶବ୍ୟାପି ଲକଡାଉନ୍ ଘୋଷଣା ହୋଇଥିଲା ୨୫ ମାର୍ଚ୍ଚ ୨୦୨୦ରେ ପିଏମ୍ ଲକଡାଉନ୍ ଘୋଷଣା କରିଥିଲେ ପୁରା ଦେଶ ତାଲାବନ୍ଦ ହୋଇଥିଲା କେବଳ ଜରୁରୀକାଳିନ ସେବା ବ୍ୟବସ୍ଥା ବ୍ୟତିତ ଆଉ ସବୁକିଛି ବନ୍ଦ ରହିଥିଲା ପୂର୍ଣ୍ଣ ଲକଡାଉନର ତିନି ମାସ ପରେ ଜୁନ୍ ମାସରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥଲା ସେପ୍ଟେମ୍ବର ୨୦୨୦ରେ ଭାରତରେ କରୋନା ପିକ୍ ରେ ପହଂଚିଥିଲା କିନ୍ତୁ ୨୦୨୧ ଆସୁ ଆସୁ ସ୍ଥିତି ସାମାନ୍ୟ ହେବାରେ ଲାଗିଲା ତେବେ ମହାରାଷ୍ଟ୍ର ଭଳି କେତେକ ରାଜ୍ୟରେ କରୋନା ଏବେ ପୁଣି ମୁଣ୍ଡ ଟେକିଛି ଯାହାକୁ ନେଇ ଆଶଙ୍କା କରାଯାଉଛି ଯେ, କରୋନା ପୁଣି ଫେରୁଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular