spot_img

କେରଳ: କଏଦୀଙ୍କ ପିଲାଙ୍କୁ ପାଠପଢାରେ ସାହାଯ୍ୟ କରିବେ ସରକାର

ଥିରୁଅନନ୍ତପୁରମ: କଏଦୀଙ୍କ ପିଲାମାନଙ୍କୁ ପାଠ ପଢାଇବା ପାଇଁ କେରଳ ସରକାର ତଥା ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି । ସାଧାରଣ ଶିକ୍ଷା ପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବା ବେଳେ ପେଶାଦାର ଶିକ୍ଷା ପାଇଁ ୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏନେଇ ରାଜ୍ୟ ସାମାଜିକ ନ୍ୟାୟ ମନ୍ତ୍ରୀ କେ.କେ. ଶୈଳଜା ଶନିବାର ସୂଚନା ଦେଇଛନ୍ତି । ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ପାଠପଢୁଥିବା ପିଲାଙ୍କୁ ମାସିକ ୩୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ଷଷ୍ଠର ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ମାସିକ ୫୦୦ ଟଙ୍କା ଯୋଗାଇ ଦିଆଯିବ । ଉଚ୍ଚଶିକ୍ଷା ପଢୁଥିବା ପିଲାଙ୍କୁ ୭୫୦ ଟଙ୍କା ଏବଂ ପେଶାଦାର ପାଠ ପଢୁଥିବା ପିଲାଙ୍କୁ ମାସିକ ୧ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । ଏହି ଅନୁଦାନ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular