ଇସଲାମାବାଦ: ୟୁନାଇଟେଡ ଆରବ ଏମିରେଟସ ( ୟୁଏଇ) ପାକିସ୍ତାନ ଏବଂ ଅନ୍ୟ ୧୧ଦେଶରୁ ଆସୁଥିବା ପର୍ୟ୍ୟଟକଙ୍କ ପାଇଁ ନୂତନ ଭିସା ପ୍ରଦାନକୁ ସାମୟିକ ଭାବେ ସ୍ଥଗିତ ରଖିଛି। ଏ ନେଇ ୟୁଏଇର ବୈଦେଶିକ ବ୍ୟାପାର କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ-୧୯ର ଦ୍ୱିତୀୟ ଲହରୀକୁ ଆଖି ଆଗରେ ରଖି ୟୁଏଇ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବୈଦେଶିକ କାର୍ୟ୍ୟାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧରୀ। ସେ କହିଛନ୍ତି ଯେ, ପାକିସ୍ତାନ ସମେତ ୧୨ଟି ଦେଶ ପାଇଁ ପରବର୍ତ୍ତୀ ଘୋଷଣା ନ ହେବା ପର୍ୟ୍ୟନ୍ତ ୟୁଏଇ ନୂତନ ଗସ୍ତ ଭିସା ପ୍ରଦାନକୁ ସାମୟିକ ଭାବେ ସ୍ଥଗିତ ରଖିଛି । ତେବେ ପୂର୍ବରୁ ଦିଆଯାଇଥିବା ଭିସା ଉପରେ ଏହି ନିୟମ ଲାଗୁ ହେବ ନାହିଁ । ସାମୟିକ ସ୍ଥଗିତ ଦ୍ୱାରା କେତେ ବର୍ଗର ଭିସା ପ୍ରଭାବିତ ହେବ ତାହା ସ୍ପଷ୍ଟ ହୋଇନାହିଁ। ୟୁଏଇରେ ବ୍ୟବସାୟ, ପର୍ୟ୍ୟଟନ, ଗମନାଗମନ ଏବଂ ଛାତ୍ର ସମେତ ବିଭିନ୍ନ ଭିସା ବର୍ଗ ରହିଛି ଜ୍ଝ ପାକିସ୍ତାନ ସହ ତୁର୍କୀ, ଇରାନ, ୟେମେନ, ସିରିଆ, ଇରାକ, ସୋମାଲିଆ, ଲିବିୟା, କେନିଆ ଏବଂ ଆଫଗାନିସ୍ତାନକୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0