କେନ୍ଦୁଝର : ଘରେ ପଶି ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ହତ୍ୟା । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଚନ୍ଦ୍ରଶେଖରପୁର ଗ୍ରାମର ବସା ସାହିରେ । ମୃତ ମହିଳା ହେଉଛନ୍ତି ପ୍ରମିଳା ମୁଣ୍ଡା ।
ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ପ୍ରମିଳା ଘରେ ଏକା ଶୋଇଥିବା ବେଳେ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମହିଳାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ବାରିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ନିକଟରୁ ପୋଲିସ ଏକ ଟାଙ୍ଗିଆ ଜବତ କରିଛି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0